ଅଗ୍ନିକାଣ୍ଡରେ ୨ ବଖରା ଘର ଜଳି ଭସ୍ମୀଭୂତ

0

ଚଣ୍ଡିଖୋଲ : ଅଗ୍ନିକାଣ୍ଡରେ ୨ ବଖରା ଘର ଜଳି ଭସ୍ମୀଭୂତ ହୋଇଛି । ଫଳରେ ଗୃହ ପାଳିତ ପଶୁ ଜଳିଯାଇଛନ୍ତି । ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚହଟା ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ଗ୍ରାମର ମତୁନ ବିବିଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ନିଆଁ ଲାଗିଯିବାରୁ ଦୁଇ ବଖରା ଗୁହାଳ ଘର ଜଳିଯାଇଛି ।

ଏହି ଘରେ ଥିବା ଗୃହପାଳିତ ପଶୁ ଗାଈ, ଛେଳି, କୁକୁଡ଼ା ଜଳି ଜୀବନ୍ତ ଦଗ୍ଧ ହୋଇଥିବା ବେଳେ କିଛି ଆହତ ହୋଇଛନ୍ତି । ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ଘର ଜଳି ଯାଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଘରେ ସମସ୍ତେ ଶୋଇଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡର ଭୟାବହତା ଅଧିକ ଥିବାରୁ ଏଥିରେ ବହୁ ଜୀବନ ଜୀବନ୍ତ ଦଗ୍ଧ ହୋଇଯାଇଛି।

Leave A Reply

Your email address will not be published.