ଅଗ୍ନିକାଣ୍ଡରେ ଜଳିଗଲେ ମାନସିକ ବିକାରଗ୍ରସ୍ତ ମହିଳା

0

ବାସୁଦେବପୁର :   ନିଆଁରେ ଜଳିଗଲେ ମହିଳା । ଘରେ ଶୋଇଥିବା ବେଳେ ହୋଇଗଲେ ଜୀବନ ଦଗ୍ଧ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସିପାଲଟି ଅନ୍ତର୍ଗତ ଉଚଡିହା ଗ୍ରାମରେ ।

ସୂଚନାନୁସାରେ, ଗୁରୁବାର ବିଳମ୍ବିତ ରାତିରେ ହଠାତ ତ୍କୌଣସି କାରଣରୁ ସୁରେନ୍ଦ୍ର ବାରିକଙ୍କ ଘରେ ନିଆଁ ଲାଗିଯାଇଥିଲା । ଏହା ଅନ୍ୟ ୩ ଘରକୁ ବ୍ୟାପିଯାଇଥିଲା । ନିଆଁ ଲାଗିବା ସମୟରେ ସୁରେନ୍ଦ୍ରଙ୍କ ୪୦ ବର୍ଷିଆ ମାନସିକ ବିକାରଗ୍ରସ୍ତ ଭଉଣୀ କନକ ଘର ଶୋଇଥିଲେ । ନିଆଁର ପ୍ରକୋପରେ କନକ ବାହାରିନପାରି ଜୀବନ୍ତ ଦଗ୍ଧ ହୋଇଯାଇଥିଲା ।ଏପରିକି ୧୨ ବଖରା ଘର ମଧ୍ୟ ଭସ୍ମୀଭୂତ ହୋଇଯାଇଛି ।

ସ୍ଥାନୀୟ ଲୋକେ ନିଆଁକୁ ଆୟତ କରିବାକୁ ଚେଷ୍ଟାକରି ବିଫଳ ହେବାରୁ ବାସୁଦେବପୁର ଦମକଳବାହିନୀକୁ ଖବର ଦେଇଥିଲେ । ବାସୁଦେବପୁର ଦମକଳ ଗାଡି ଅନ୍ୟତ୍ର ନିଆଁ ଲିଭାଇବାକୁ ଯାଇଥିବାବେଳେ ଆସି ପାରି ନଥିଲା । ପରେ ସୋରରୁ ଦମକଳ ଗାଡି ଆସି ନିଆଁକୁ ଆୟତ କରିଥିଲା । ହେଲେ ଏହି ନିଆଁରେ ଘରର ସମସ୍ତ ଆସବାହପତ୍ର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.