ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ବାଲିଗାଁ କଲେଜ ରୋଡ଼ରେ ଅବସ୍ଥାପିତ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରୁ ଉଦ୍ଧାର ହେଲା ନାଗ । ଏକ ୫ ଫୁଟର ନାଗ ସାପକୁ ବନ ବିଭାଗ ଓ ସାପ ଧରାଳିମାନେ ଉଦ୍ଧାର କରିଛନ୍ତି।
ସୂଚନାନୁସାରେ, ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ପରିସରରେ ନାଗ ସାପଟିକୁ ଦେଖିବା ପରେ କର୍ମଚାରୀ ମାନେ ବରିଷ୍ଠ ଅଧିକାରୀଙ୍କୁ ଖବର ଦେଇଥିଲେ । ଅଗ୍ନିଶମ ଅଧିକାରୀ ଏନେଇ ବନବିଭାଗକୁ ସୂଚନା ଦେଇଥିଲେ ।ବନ ବିଭାଗ ସାପ ଧରାଳୀଙ୍କୁ ଧରି କାର୍ଯ୍ୟାଳୟରେ ପହଁଚିଥିଲା ।
ସାପ ଧରାଳୀ ଦୁଖୁରାମ ଦାସ ବିଭାଗ କାର୍ଯ୍ୟାଳୟରେ ପହଁଚି ୫ଫୁଟର ନାଗସାପକୁ ଉଦ୍ଧାର କରିଥିଲେ । ସାପଟିକୁ ଚାନ୍ଦବାଲି ବନ ବିଭାଗର କର୍ମଚାରୀଙ୍କୁ ହସ୍ତାନ୍ତର କରାଯାଇଛି । ବନ ବିଭାଗର କର୍ମଚାରୀମାନେ ନାଗ ସାପଟିକୁ ନେଇ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲରେ ଛାଡ଼ିଦେଇଥିବା ସୂଚନା ମିଳିଛି ।