ଆହୁରି ୭ଦିନ ବନ୍ଦ ରହିବ ବ୍ୟାଙ୍କ

0

ମୁମ୍ବାଇ   : ଆଗକୁ ୭ଦିନ ବନ୍ଦ ରହିବ ବ୍ୟାଙ୍କ । ଗତ କାଲି ୨୭ ମାର୍ଚ୍ଚ ମାସ ଶେଷ ଶନିବାର, ଆଜି ରବିବାର ସହ ଆସନ୍ତାକାଲି ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ । ତେବେ ୩୦ ମାର୍ଚ୍ଚ ଅର୍ଥାତ ଗୋଟିଏ ଦିନ ଖୋଲିବା ପରେ ପୁଣି ୩୧ ମାର୍ଚ୍ଚ ଆର୍ଥିକ ବର୍ଷର ଶେଷ ଦିନ ଥିବାରୁ ବନ୍ଦ ରହିବ । ସେହିପରି ଏପ୍ରିଲ୍ ୧ ଉତ୍କଳ ଦିବସ, ୨ ଏପ୍ରିଲ୍ ଗୁଡ୍ ଫ୍ରାଇଡେ, ୩ ଏପ୍ରିଲ ରେ ସାମାନ୍ୟ ଖୋଲିବା ପରେ ପୁଣି ଏପ୍ରିଲ୍ ରବିବାର ସହ ଇଷ୍ଟର ପଡୁଥିବାରୁ ଫୁଣି ବନ୍ଦ ରହିବ । ଏମିତି ୭ଦିନ ଲମ୍ୱା ଛୁଟି ଥିବାରୁ ଗ୍ରାହକଙ୍କୁ ଅସୁବିଧାର ସମ୍ମୁୀଖନ ହେବାକୁ ପଡିପାରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ବାରା ଜାରି କରାଯାଇଥିବା ଛୁଟିଦିନ ଲିଷ୍ଟ ଅନୁଯାୟୀ ମାର୍ଚ୍ଚ ୨୭ ତାରିଖ (ଗତକାଲି) ରୁ ୨୯ ତାରିଖ ଯାଏଁ ଲଗାତାର ୩ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ । ମାର୍ଚ୍ଚ ୨୭ (ଗତକାଲି)ରେ ମାସର ଚତୁର୍ଥ ଶନିବାର ଏବଂ ରବିବାର ଅବକାଶ ଥିବାରୁ ବ୍ୟାଙ୍କ ମନ୍ଦ ରହିବ । ୨୯ ମାର୍ଚ୍ଚ ସୋମବାର ହୋଲିଥିବାରୁ ବ୍ୟାଙ୍କ ସେବା ବନ୍ଦ ରହିବ । ଏହା ପରେ ମାର୍ଚ୍ଚ ୩୦ ତାରିଖ ମଙ୍ଗଳବାର ବ୍ୟାଙ୍କ ଖୋଲାରହିବ । ୩୧ ମାର୍ଚ୍ଚରେ ଆର୍ଥିକ ବର୍ଷର ଶେଷ ଦିନ ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କ ଖୋଲା ରହିବ । କିନ୍ତୁ ସରକାରୀ କାର୍ଯ୍ୟ ଅଧିକ ରହୁଥିବାରୁ ସାଧାରଣ ଲୋକଙ୍କୁ ସେବା ଯୋଗାଇବାରେ ଅସୁବିଧା ହୋଇପା​‌ରେ ।

ସେହିଭଳି ଏପ୍ରିଲ ୧ ଗୁରୁବାର ଦିନ ଆକାଉଣ୍ଟ କ୍ଲୋଜିଂ କାରଣରୁ ସାଧାରଣ ଲୋକଙ୍କ ପାଇଁ ବ୍ୟାଙ୍କ ବନ୍ଦ ରହିବ ଏବଂ ଏପ୍ରିଲ ୨ ତାରିଖ ଶୁକ୍ରବାର ଗୁଡ୍‌ ଫ୍ରାଇଡେ ଥିବାରୁ ବ୍ୟାଙ୍କ ବନ୍ଦ ରହିବ । ପୁଣି ଏପ୍ରିଲ ୩ ତାରିଖ ଶନିବାର ଗୋଟିଏ ଦିନ ପାଇଁ ବ୍ୟାଙ୍କ ଖୋଲଶ ରହିବ ପୁଣି ଏପ୍ରିଲ ୪ ତାରିଖ ରବିବାର ଥିବାରୁ ବ୍ୟାଙ୍କ ସେବା ବନ୍ଦ ରହିବ । ତେଣୁ ଆସନ୍ତା ସପ୍ତାହରେ ବ୍ୟାଙ୍କ ମଙ୍ଗଳବାର, ବୁଧବାର ଏବଂ ଶନିବାର ମାତ୍ର ୩ ଦିନ ଖୋଲା ରହିବ ।

Leave A Reply

Your email address will not be published.