ଆଇନ ନୁହେଁ ବନ୍ଧୁକରେ ଚାଲିବ ଆଫଗାନିସ୍ତାନ

0

କାବୁଲ : ଓଡିଆରେ ଏକ ଲୋକ କଥା ଅଛି ‘ମାଙ୍କଡ ହାତରେ ଶାଳ ଗ୍ରାମ’ ଦେଲେ ଯାହା ହୁଏ। ଠିକ୍ ସେମିତି ଅବସ୍ଥା ଭୋଗିବାକୁ ଯାଉଛି ଆଫଗାନିସ୍ତାନ। ଆଗାମୀ ଦିନରେ ଆଫଗାନିସ୍ତାନର ଭାଗ୍ୟ କେଉଁ ଦିଗ ଆଡକୁ ଗତି କରିବ ଏବଂ  କେଉଁଭଳି ତାଲିବାନ ଶାସନ ଚଳାଇବ ତାର ଏକ ଝଲକ ଦେଖିବାକୁ ମିଳିଛି। ରାଷ୍ଟ୍ରପତି ଭବନ ସହିତ ସଂସଦ ଭବନକୁ ମଧ୍ୟ ଅକ୍ତିକାର କରିଛନ୍ତି ତାଲିବାନ। କୌଣସି ଗଣତନ୍ତ୍ରରେ ସଂସଦକୁ  ପବିତ୍ର ମନ୍ଦିର କୁହାଯାଏ। ହେଲେ ସୋମବାର ଆଫଗାନିସ୍ତାନର ଏହି ଗଣତନ୍ତ୍ର ମନ୍ଦିରରେ ତାଲିବାନୀ ଆତଙ୍କୀ ହତିଆର ସହ ପଶିଛନ୍ତି। କେବଳ ଏତିକି ନୁହେଁ ହାତରେ ବନ୍ଧୁକ ଧରି ବାଚସ୍ପତିଙ୍କ ଆସନରେ ଯାଇ  ବସି ପଡିଛନ୍ତି। ଉଲ୍ଲେଖନୀୟ ଏହି ସଂସଦ ଭବନର ନିର୍ମାଣ ଭାରତ କରିଥିଲା ଏବଂ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ଏହାର ଉଦଘାଟନ ହୋଇଥିଲା।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ, ତାଲିବାନୀ ଆତଙ୍କବାଦୀ ହାତରେ ବନ୍ଧୁକ ଧରି ସଂସଦ ଭବନ ଭିତରେ ଅଛନ୍ତି। କେତେକ ଚୌକିରେ ବସିଥିବା ବେଳେ ଆଉ କିଛି ସଦସ୍ୟ ଛିଡା ହୋଇଛନ୍ତି। ଏପରିକି ଜଣେ ବନ୍ଧୁକ ଧରି ବାଚସ୍ପତିଙ୍କ ଆସନରେ ଯାଇ ବସି ପଡୁଛି। ବିଡମ୍ବନାର ବିଷୟ ଯେଉଁ ଆସନରେ ଦୁଇ ସପ୍ତାହ ପୂର୍ବେ ଆଫଗାନିସ୍ତାନର ଜନ ପ୍ରତିନିଧି ବସିଥିଲେ ଆଜି ସେଠି ସଂସଦର ମୂଲ୍ୟ  ଜାଣିନଥିବା ଏବଂ ବୁଝିନଥିବା ତାଲିବାନର ଆତଙ୍କୀ ବସି ପଡିଛନ୍ତି।

Leave A Reply

Your email address will not be published.