ଅଜଣା ଗାଡି ଧକ୍କାରେ ଅଟୋ ଡ୍ରାଇରଙ୍କର ମୃତ୍ୟୁ

0

ବଲାଙ୍ଗିର : ଅଜଣା ଗାଡି ଧକ୍କାରେ ଜଣେ ଅଟୋ ଡ୍ରାଇରଙ୍କର ମୃତ୍ୟୁ। ସ୍ଥାନୀୟ ବିଜାଖମନ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଅଟୋ ଡ୍ରାଇରଙ୍କର ମୃତ୍ୟୁ ହୋଇଛି । ଡ୍ରାଇରଙ୍କ ଜଣକ ଧୁମାମରାର ସିଦ୍ଧାନ୍ତ ନନ୍ଦ ବୋଲି(୩୦)ଜଣାପଡିଛି ।

 

ସୂଚନା ଅନୁସାରେ, ବଲାଙ୍ଗିର ଟିଟିଲାଗଡ଼ ରାସ୍ତାର ବିଜାଖମନ ନିକଟରେ ଗତକାଲି ରାତି ୨ଟାରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଅଟୋ ଡ୍ରାଇରଙ୍କର ମୃତ୍ୟୁ ହୋଇଛି । ଅଟୋରେ ତେଲ ସରିଯିବାରୁ ସେ ଅଟୋ ପାର୍କିଂ କରି ରାସ୍ତା କଡରେ ଛିଡା ହୋଇଥିଲେ । କୌଣସି ଏକ ବଡ ଗାଡି ଵାଡେଇବା ସହ ମୁଣ୍ଡ ଉପରେ ଚଢିଯାଇଥିବା ଜଣାଯାଇଛି । ପୁଲିସ ମୃତହେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭୀମ ଭୋଇ ମେଡିକାଲ କଲେଜକୁ ଆଣିଛି ।

Leave A Reply

Your email address will not be published.