ଅଜଣା ଗାଡ଼ି ଧକ୍କାରେ ବାଇକ୍‌ ଆରୋହୀ ମୃତ

0

ଜାମଗାଁ: ଜାତୀୟ ରାଜପଥ୪୯ ସମରବଗା-ଗୋବିନ୍ଦପୁର ମଝିରେଥିବା ପ୍ରଦୀପ ଢାବା ସମ୍ମୁଖରେ ବୁଧବାର ପ୍ରାୟ ସାଢ଼େ ୧୦ଟାରେସଡ଼କ ଦୁର୍ଘଟଣା ଘଟିଛି ।ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ଭଅଁରଖୋଲ ପଞ୍ଚାୟତ ସାଗରପାଲି ଗାଁର ନରୋତ୍ତମ ପାତ୍ର(୨୬) ବୋଲି ଜଣାପଡିଛି ।

କେହି କେହି ଟ୍ରକ୍‌ ସହ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିବା କହୁଥିବା ବେଳେ ଆଉ କେତେ ଜଣ କୌଣସି ଏକ ଭାରୀଯାନ ପଛରୁ ଧକ୍କା ଦେଇ ଫେରାର ମାରିଥିବା କହୁଛନ୍ତି । ରେଙ୍ଗାଲିପୁଲିସ୍‌ ଖବର ପାଇଘଟଣାସ୍ଥଳକୁ ଯାଇ ତଦନ୍ତକରୁଛି । ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ସୂଚନାନୁସାରେ ନରୋତ୍ତମ କୌଣସି କାର୍ଯ୍ୟରେ ପଞ୍ଚଗାଁଯାଇ ଓଡି୨୩କେ ୭୦୭୨ ନମ୍ୱର ବିଶିଷ୍ଟ ବାଇକ୍‌ରେ ଘରକୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ।

Leave A Reply

Your email address will not be published.