ଅଜଣା ଗାଡି ଧକ୍କାରେ ଯୁବକ ମୃତ

0

କୁଚିଣ୍ଡା : ଅଜଣା ଗାଡି ଧକ୍କାରେ ଯୁବକ ମୃତ । ସମ୍ବଲପୁର ଜିଲ୍ଲା ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ଡ଼ୁମେରମୁଣ୍ଡା ଛକ ନିକଟରେ ଘଟିଛି ଦୁର୍ଘଟଣା । ମୃତକ ମନୋରଞ୍ଜନ ନାୟକ ବୋଲି ଜଣାପଡିଛି ।ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସିରିଆବାହାନ ଗାଁର ମନୋରଞ୍ଜନ ନାୟକ କୌଣସି କାମର ଯାଉଥିଲେ । ହେଲେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇଥିଲେ । ଯାହାଫଳରେ ମନୋରଞ୍ଜନଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ଖବର ପାଇବା ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।  

Leave A Reply

Your email address will not be published.