ଆଜି ଅପରାହ୍ନରେ ଓଡ଼ିଶାରେ ପହଞ୍ଚିବ ୩ ଲକ୍ଷ ୪୯ ହଜାର କରୋନା ଟିକା

0

ଭୁବନେଶ୍ୱର : ଆଜି ଅପରାହ୍ନରେ ୩ ଲକ୍ଷ ୪୯ ହଜାର ଟିକା ଓଡ଼ିଶାରେ ପହଞ୍ଚିବ । ଯେତିକି ଟିକା ଆସୁଛି ତାହା ୩ ଦିନ ହିଁ ଯିବ । ଯଦି ଅଧିକ ଟିକା ନ ଆସେ ତେବେ ଆଗକୁ ଟିକା କରଣ ବାଧାପ୍ରାପ୍ତ ହେବର ସମ୍ଭାବନା ରହିଛି । ତେଣୁ ପୁଣି ଆଉ ଥରେ ଆମେ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବୁ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ସେହିପରି ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମର ଗତକାଲି ୨ ଲକ୍ଷ ୬୩ ହଜାର ୪୧ ଟିକା କରଣ ହୋଇଛି । ପ୍ରତିଦିନ ୨ ଲକ୍ଷ ଟିକା କରଣର ଟାର୍ଗେଟ ରହିଥିଲା । ଏବେ କିନ୍ତୁ ଏହା ବୃଦ୍ଧି ପାଇଛି । ୫ ଦିନରେ ୧୦ ଲକ୍ଷ ଟାର୍ଗେଟ ଥିବା ବେଳେ ୧୧ ଲକ୍ଷ ପାର କରିଛି । ରାଜ୍ୟରେ ବର୍ତ୍ତମାନ ୩ ଲକ୍ଷ ୪୭ ହଜାର କୋଭିସିଲଡ଼ ଟିକା ମହଜୁଦ ଅଛି । ହିଟୱେଭ ପାଇଁ ଆମେ ଟିକା କରଣର ସମୟ ପରିବର୍ତ୍ତନ କରିଛୁ । ସେକେଣ୍ଡ ୱେଭ ପ୍ରଥମ ପର୍ଯ୍ୟାୟ ଅପେକ୍ଷା ଅଧିକ ଦ୍ରୁତ ଗତିରେ ସଂକ୍ରମଣ ହେଉଛି । ଏଥିରେ ଗୋଟିଏ ଆଶ୍ୱସ୍ତି କର କଥା ହେଉଛି ଡେଥ ରେଟ ନାହିଁ । କରୋନା ସଂକ୍ରମଣ ଟିକିଏ କମିବା ପରେ ଲୋକମାନେ ପୁଣି ବେପରୁଆ ହୋଇଗଲେ । କିନ୍ତୁ ଏବେ ସମୟ ଆସିଛି ଲୋକମାନେ ନିଜକୁ ସଚେତନ କରନ୍ତୁ । ଗାଇଡ଼ ଲାଇନର ଅନୁପାଳନ କରନ୍ତୁ ।

Leave A Reply

Your email address will not be published.