କଟକ : କଟକ ସହରରେ ନୁଆ କରି ଖୋଲିଥିବା ୫ ଟି ସରକାରୀ ବିଦେଶୀ ମଦ ଦୋକାନକୁ ନେଇ ଆପତ୍ତି ଉଠାଇଛି ନଗର କଂଗ୍ରେସ୍ । ସମସ୍ତ ୫ଟି ମଦ ଦୋକାନ ସରକାରୀ ନୀତି ବିରୋଧରେ ଖୋଲିଥିବା ଅଭିଯୋଗ କରିଛି କଂଗ୍ରେସ୍ । ଏହାର ପ୍ରତିବାଦରେ ଆଜି ପୁରୁଘାଟ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଛି ।କଟକର ପୁରୀ ଘାଟ , ଝୋଲା ସାହି , ବକ୍ସି ବଜାର ଭଳି ସ୍ଥାନ ମାନଙ୍କରେ କେଉଁଠି ମନ୍ଦିର , କେଉଁଠି ଜନବସତି ରହିଛି । ଏହାରି ନିକଟରେ ମଦ ଦୋକାନ ଖୋଲିଯାଇଛି । ଏ ସବୁଦ୍ୱାର ସରକାରୀ ନିୟମର ଉଲଂଘନ ହୋଇଥିବା ଦର୍ଶାଇ କଂଗ୍ରେସ୍ ପକ୍ଷରୁ ଧାରଣା ଦିଆଯାଇଛି । ପ୍ରଶାସନ ତୁରନ୍ତ ପଦକ୍ଷେପ ନନେଲେ ଆଗକୁ ରାସ୍ତାକୁ ଓହ୍ଲାଇବାକୁ ଦଳ ବାଧ୍ୟ ହେବ ବୋଲି ନଗର କଂଗ୍ରେସ ସଭାପତି କହିଛନ୍ତି ।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା