ଆଜି ମହାବାହୁଙ୍କ ପବିତ୍ର ବାହୁଡା ଯାତ୍ରା

0

ପୁରୀ, : ଆଜି ହେଉଛି ମହାବାହୁଙ୍କ ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡିବେ ଶ୍ରୀଜିଉ । ଶ୍ରୀଗୁଣ୍ଡିଚା ଆଗରେ ଦଣ୍ଡାୟମାନ ଅଛନ୍ତି ୩ରଥ । ଏଥର ରଥ ଉପରେ ଶ୍ରୀଜିଉଙ୍କ ମନ ପୁରାଇ ଦେଖିପାରିଲେନି ଭକ୍ତ । ତେବେ ରଥକୁ ଟିକିଏ ଛୁଇଁବାକୁ ମନ ବଲାଇଛନ୍ତି ଭକ୍ତ । କିନ୍ତୁ ବଡଦାଣ୍ଡରେ ଲାଗିଛି କଟକଣା । ରଥ ଚାରିପଟେ ଘେରାଯାଇଛି ବ୍ୟାରିକେଡ୍ । ଏହି ବ୍ୟାରିକେଡ ପାଖକୁ ଗଲେ ଘଉଡ଼ାଉଛି ପୋଲିସ । ବଡଦାଣ୍ଡରେ କଡା ପୋଲିସ ପହରା ସାଙ୍ଗକୁ ଜାରି ରହିଛି କଡାକଡ଼ି ଚେକିଂ। ସୋମବାର ରାତି ୮ରୁ ପୁରୀ ସହରରେ କର୍ଫ୍ୟୁ ଲାଗୁ ହେବ ।

ଶ୍ରୀଗୁଣ୍ଡିଚା ମନ୍ଦିର ଆଉ ଶ୍ରୀମନ୍ଦିରକୁ ଫୁଲରେ ସଜାଇ ଦିଆଯାଇଛି । ବାହୁଡା ଯାତ୍ରା ପହଣ୍ଡି ଅପରାହ୍ଣ ୧୨ରୁ ଆରମ୍ଭ ଓ ୪ଟାରେ ରଥ ଟାଣିବାକୁ ନୀତି ନିର୍ଘଣ୍ଟ ହୋଇଛି । ବାହୁଡା ପରଦିନ ଜୁଲାଇ ୨୧ରେ ରଥାରୁଢ଼ ଶ୍ରୀଜିଉଙ୍କ ସୁନାବେଶ ସମ୍ପାଦନ ହେବ ବୋଲି ପ୍ରଶାସନ ସୂଚନା ଦେଇଛି ।କୋଭିଡ୍‌ ସଂକ୍ରମଣ ଦୂର ଏବଂ ବଡ଼ଦାଣ୍ଡରେ ଗହଳି ନିରାକରଣ ପାଇଁ ସୋମବାର ରାତି ୮ରୁ ପୁରୀ ସହରରେ କର୍ଫ୍ୟୁ ଜାରି କରାଯାଇଛି । ଜିଲ୍ଲା ସୀମାର ଆଠଟି ପ୍ରବେଶ ପଥକୁ ପ୍ରଶାସନ ସିଲ୍‌ କରିଦେଇଛି । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ଗଳି ରାସ୍ତାରେ କଟକଣା ଲାଗୁ କରିବାକୁ ୨୨ଟି ଟିମ୍‌ ନିୟୋଜିତ ହେବ । ପ୍ରତ୍ୟେକ ଟିମ୍‌ରେ ଜଣେ ମାଜିଷ୍ଟ୍ରେଟ, ଭିଡିଓଗ୍ରାଫର୍‌ ଆଉ ପୁଲିସ ଫୋର୍ସ ରହିବେ । ବାହୁଡ଼ା ଯାତ୍ରାର ସୁରକ୍ଷା ଦାୟିତ୍ୱରେ ୬୫ ପ୍ଲାଟୁନ ପୁଲିସ ଆଉ ପାଖାପାଖି ୪୦୦ ଅଫିସର ନିୟୋଜିତ ହେବେ ।

ଶ୍ରୀଜିଉଙ୍କ ବାହୁଡା ଯାତ୍ରା ଲାଗି ଆରମ୍ଭ ହୋଇଛି ପ୍ରସ୍ତୁତି। ଆଜି ବାହୁଡାଯାତ୍ରା ଓ ବୁଧବାର ସୁନାବେଶ । ଜନ୍ମବେଦୀରୁ ରତ୍ନବେଦୀ ଅଭିମୁଖେ ଗଡ଼ିବ ତିନି ରଥ। ଶ୍ରୀଗୁଣ୍ଡିଚା ପରି କରୋନା କଟକଣାରେ ହିଁ ହେବ ବାହୁଡ଼ା ଯାତ୍ରା। କଟକଣା ପାଇଁ ଭଗବାନଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ। ଆଜି ଶେଷ ଆଡ଼ପ ଅଭଡ଼ା ମିଳିବ। ତେବେ ବାହୁଡ଼ା ଦଶମୀ ପାଇଁ ତିନି ରଥ ପ୍ରସ୍ତୁତ । ଭୋଇ ସେବକଙ୍କ ସହ ବିଶ୍ବକର୍ମା ଏବଂ ପୂର୍ବତଟ ରେଲଓ୍ବେ ଅଧିକାରୀ ରଥ ଯାଞ୍ଚ କରିବା ସହ ମୋଡ ଦେଇଛନ୍ତି।

ସେହିପରି କରୋନା କଟକଣା ପାଇଁ ଅଭେଦ୍ୟ ଦୁର୍ଗରେ ପରିଣତ ହେବ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ବଡ଼ଦାଣ୍ଡ। ପୁରୀ ଏସପି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିବା ବେଳେ ବଡ଼ଦାଣ୍ଡରେ ବନ୍ଦ ରହିବ ସମସ୍ତ ପ୍ରତିଷ୍ଠାନ। ଏପରିକି ସୋମବାର ରାତି ୮ଟାରୁ ମଙ୍କଳବାର ତାରିଖ ରାତି ୮ଟା ପର୍ଯ୍ୟନ୍ତ ପୁରୀ ଜିଲ୍ଲାକୁ କୌଣସି ବସ କିମ୍ବା ଟ୍ରେନ ପ୍ରବେଶ କରିପାରିବ ନାହିଁ।

Leave A Reply

Your email address will not be published.