ଆଜିଠୁ ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ

0

ମୁମ୍ବାଇ  : ମହାରାଷ୍ଟ୍ର ସମେତ ଦେଶର ତମାମ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ସଂକ୍ରମଣ । ଏହାରି ଭିତରେ ହୋଲି ପର୍ବ ପାଳନ ଉପରେ ଲାଗିଛି କଟକଣା । କରୋନା ଯୋଗୁଁ ମହାରାଷ୍ଟ୍ର ସର୍ବାଧିକ ପ୍ରଭାବିତ ହୋଇଛି । ଫଳରେ ଆଜିଠୁ ଆସନ୍ତା ଏପ୍ରିଲ ୧୫ ତାରିଖ ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ ହୋଇଛି । ଏହାଛଡା ସହରରେ ସାମୁହିକ କାର୍ଯ୍ୟକରେ ବି ରୋକ୍ ଲଗାଯାଇଛି ।

ସଂକ୍ରମଣରେ ନିୟନ୍ତ୍ରଣ ଆଣିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ବିଶେଷଜ୍ଞ କହିଛନ୍ତି । ବେକାବୁ ଭାଇରସ ନିୟନ୍ତ୍ରଣ ବାହାରେ ହେଉଥିବାରୁ ମହାରାଷ୍ଟ୍ର ସରକାର ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରିଛନ୍ତି । ଏହି ସମୟ ମଧ୍ୟରେ ପ୍ରତିଦିନ ରାତି ୮ଟାରୁ ସକାଳ ୭ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ । ସପିଂ ମଲ, ବାର-ରେଷ୍ଟୁରାଣ୍ଟ, ମଲ୍ଟିପ୍ଲେକ୍ସ, ଉଦ୍ୟାନ-ପାର୍କ, ସିଙ୍ଗିଲ ସ୍କ୍ରିନ ଥିଏଟର, ବେଳାଭୂମି ଓ ସର୍ବସାଧାରଣସ୍ଥଳ ବନ୍ଦ ରହିବ । ଅର୍ଥାତ ସାଧାରଣ ଲୋକଙ୍କ ଯାତାୟତକୁ ବି ବାରଣ କରାଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଶନିବାର ମହାରାଷ୍ଟ୍ରରେ ୩୫ ହଜାର ୭୨୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୧୬୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୩ ଲକ୍ଷ କରୋନା ରୋଗୀଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.