ଆଜିଠୁ ଓଷ୍ଟାର ପ୍ରି-ବୋର୍ଡ ପରୀକ୍ଷା

0

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ସ୍କୁଲ ସଂଘ (ଓଷ୍ଟା) ପକ୍ଷରୁ ସୋମବାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପ୍ରି-ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ତିନିଦିନ ଧରି ଏହି ପରୀକ୍ଷା ଚାଲିବ । ପ୍ରାୟ ୬ ହଜାରରୁ ଅଧିକ ସରକାରୀ ଓ ସରକାରୀ ସାହାଯ୍ୟପ୍ରାପ୍ତ ମାଧ୍ୟମିକ ସ୍କୁଲରେ ଏହି ପରୀକ୍ଷା କରାଯିବ । ବୋର୍ଡ ପରୀକ୍ଷାରେ ଆସିବାକୁ ଥିବା ପ୍ରଶ୍ନପତ୍ର ଢାଞ୍ଚାରେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଆସିବ ।

ଆସନ୍ତା ୭ ତାରିଖରେ ପରୀକ୍ଷା ଶେଷ ହେବା ପରେ ୮ ତାରିଖ ଓଷ୍ଟା ୱେବସାଇଟରେ ossta.in ପ୍ରି-ବୋର୍ଡ ପରୀକ୍ଷାର ଆଦର୍ଶ ଉତ୍ତର ପ୍ରକାଶ ପାଇବ । ଛାତ୍ରଛାତ୍ରୀ ଲେଖିଥିବା ଉତ୍ତରକୁ ନିଜେ ସମୀକ୍ଷା କରିବେ । ଶିକ୍ଷକମାନେ ମଧ୍ୟ ସେହି ଆଦର୍ଶ ଉତ୍ତର ମାଧ୍ୟମରେ ଖାତା ମୂଳ୍ୟାୟନ କରିବେ । ସମଗ୍ର ରାଜ୍ୟରେ ଅପ୍ରେଲ ୧୦ ତାରିଖ ଦିନ ପରୀକ୍ଷା ଫଳ ପ୍ରକାଶିତ ହେବ । ଉତ୍ତରକୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅବଗତି ନିମନ୍ତେ ଦିଆଯିବ ।

ଓଷ୍ଟା ପକ୍ଷରୁ କୁହାଯାଇଛି, ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଦକ୍ଷତାକୁ ଆଧାର କରି ବୋର୍ଡ ପରୀକ୍ଷାରେ ଆହୁରି ଅଧିକ ନମ୍ବର ରଖିବାକୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଶିକ୍ଷକମାନେ ଯୋଗାଇ ଦେବେ । ସେହିଭଳି ୯ମ ଶ୍ରେଣୀର ବାର୍ଷିକ ପରୀକ୍ଷା ଅପ୍ରେଲ ୨୨ ତାରିଖରୁ ଆରମ୍ଭ ହୋଇ ୨୪ ତାରିଖରେ ଶେଷ ହେବ ବୋଲି ଓଷ୍ଟାର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି, ବିନୋଦ ବିହାରୀ ପାଣିଗ୍ରାହୀ, ଭିକାରି ଚରଣ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.