ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା

0

ଭୁବନେଶ୍ୱର : ଆଜିଠୁ ସାମାନ୍ୟ କଟକଣା ସହ ଖୋଲିଲା ଓଡ଼ିଶା । ଦୀର୍ଘ ଦିନର ଲକଡାଉନ୍ କଟକଣା ପରେ ଏବେ ରାଜ୍ୟରେ ଆରମ୍ଭ ହୋଇଛି ଅନଲକ୍ । ସାରା ରାଜ୍ୟରେ ଆଜିଠୁ ସପିଙ୍ଗମଲ, ସିନେମା ହଲ୍ , ପାର୍କ, ସହ ସବୁ ଦୋକାନ ବଜାର ଖୋଲିବାକୁ ଯାଉଛି । କୋଭିଡ୍ କଟକଣା ମଧ୍ୟରେ ଏସବୁ ଖୋଲିବାକୁ ଅନୁମତି ମିଳିଛି ।

ପୂର୍ବରୁ ଜୁଲାଇ ଗାଇଡଲାଇନ୍ ରେ ସମସ୍ତ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିବା ବେଳେ ସପିଙ୍ଗ ମଲ, ସିନେମା ହଲ, ପାର୍କ ଆଦି ଖୋଲିବାକୁ ଅନୁମତି ମିଳିନଥିଲା ମାତ୍ର ଅଗଷ୍ଟ ଗାଇଡଲାଇନ୍ ରେ ସବୁ ବଡ଼ ବଡ଼ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିଛି । ୫୦ ପ୍ରତିଶତ ଗ୍ରାହକ, କର୍ମଚାରୀଙ୍କୁ ନେଇ ରାଜ୍ୟରେ ସବୁ ବଡ଼ ବଡ଼ ପ୍ରତିଷ୍ଠାନ ଖୋଲିବ । ଅଗଷ୍ଟ ୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଘୋଷଣା ହୋଇଥିବା ଗାଇଡ୍ ଲାଇନ୍ ଅନୁସାରେ ଏଣିକି ସାରା ରାଜ୍ୟରେ ସକାଳ ୬ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ଦୋକାନବଜାର । ରାତି ୮ରୁ ସକାଳ ୬ ଜାରି ରହିବ ନାଇଟ୍ କର୍ଫ୍ୟୁ ରହିବ । ତେବେ କଟକ, ଖୋର୍ଦ୍ଧା ଓ ପୁରୀରେ ଟିକେ ଅଧିକ କେସ୍ ରହିଛି । ତେଣୁ ଏହି ୩ଟି ଜିଲ୍ଲାର ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡ଼ାଉନ୍ ଜାରି ରହିବ ।

ସେହିପରି ରାଜ୍ୟ ଭିତରେ ବସ୍ ଚାଲୁ ରହିବ। ସିଟିଂ କାପାସିଟିରେ ଯାତ୍ରୀ ଯାତାୟତ କରିବେ। ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ। ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ ।  ଏବେ ଆସନ୍ତୁ ନଜର ପକାଇବା ନୂଆ ଗାଇଡଲାଇନଉପରେ । କଣ ଖୋଲା ଏବଂ କଣ କଟକଣା ରହିଛି । ହଲ୍ , ମଲ୍ , ପାର୍କ ଖୋଲିବ । ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଫିଲ୍ମ ହଲ୍ , ଥିଏଟର । ପୂର୍ଣ୍ଣ ସିଟ୍ ରେ ଚାଲିବ ବସ୍ । ସମୁଦ୍ର କୂଳ ଦୋକାନ ବଜାର ଖୋଲା ରହିବ ।

ତେବେ ମେଳା, ଭୋଜି , ସମାବେଶକୁ ମନା ହୋଇଥିବା ବେଳେ ୱାଟର ପାର୍କ , ସୁଇମିଂ ପୁଲ୍ ଖୋଲିବ । ମନ୍ଦିର ଖୋଲିବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ । ରାସ୍ତା କଡ଼ ଜଳିଖିଆ ଦୋକାନରେ ବସି ଖାଇ ପାରିବେ । ଜିଲ୍ଲାରେ ଧାର୍ମିକ ପୀଠ ଖୋଲିବା ନିଷ୍ପତ୍ତି ନେଇପାରିବେ ଜିଲ୍ଲାପାଳ। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବେ, କିନ୍ତୁ ମନ୍ଦିର ଖୋଲିବା ଆଗରୁ କମିଟି ସହ ଆଲୋଚନା ହେବ। ଅଟୋ ଓ ଟ୍ୟାକ୍ସି ପୂର୍ଣ୍ଣ କ୍ଷମତାର ଯାତ୍ରୀ ପରିବହନ କରିପାରିବେ। ଏହା ସହିତ ନନ୍ଦନକାନନ ଖୋଲିବାକୁ ମଧ୍ୟ ଅନୁମତି ରହିଛି।

Leave A Reply

Your email address will not be published.