ଆଜିଠୁ ସାରା ଦେଶରେ ଟିକା ଉତ୍ସବ

0

ନୂଆଦିଲ୍ଲୀ : ଆଜିଠୁ ସାରା ଦେଶରେ ଟିକା ଉତ୍ସବ । ଆଜିଠୁ ୧୪ ତାରିଖ ଯାଏ ଚାଲିବ ଟିକା ଉତ୍ସବ । କରୋନା ନିୟନ୍ତ୍ରଣ ପାଇଁ ସାରା ଦେଶରେ ଟିକା ଉତ୍ସବର ଆୟୋଜନ କରାଯାଇଛି ।

ଗତ ଗୁରୁବାର ଦିନ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକା ଉତ୍ସବର ଆୟୋଜନ କରିବା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅନୁରୋଧ କରିଥିଲେ।  ଉତ୍ସବରେ ଯୋଗଦେବାକୁ ଜନସାଧାରଣଙ୍କୁ ଅପିଲ୍ କରାଯାଇଛି । ଏପ୍ରିଲ ୧୧ ଜ୍ୟୋତିରାଓ ଫୁଲେଜୀଙ୍କ ଜୟନ୍ତୀ ଏବଂ ଏପ୍ରିଲ ୧୪ରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ଥିବାରୁ ଏହି ୪ ଦିନ ‘ଟିକା ଉତ୍ସବ’ ପାଳନ ହେବ ଏବଂ ଅଧିକରୁ ଅଧିକ ଲୋକଙ୍କର ଟିକାକରଣ କରାଯିବ ।

ସେହିପରି ଓଡ଼ିଶା ପାଖରେ ଏବେ ୩ ଲକ୍ଷ ୩୦ ହଜାର ଟିକା ରହିଛି । ଦୈନିକ ୩ ଲକ୍ଷ ଟିକା କରଣ ପାଇଁ ରାଜ୍ୟ ପ୍ରସ୍ତୁତ ହୋଇଛି । କେନ୍ଦ୍ରକୁ ୨୫ ଲକ୍ଷ ଟିକା ମଗାଯାଇଥିବା ବେଳେ ଗତ କାଲି ପହଞ୍ଚିଛି ମାତ୍ର ଅଢେଇ ଲକ୍ଷ ଟିକା । ଇତି ମଧ୍ୟରେ ରାଜ୍ୟକୁ ୪୨ ଲକ୍ଷ ୭୧ ହାଜାର ୮୭୦ କୋଭିସିଲ୍ଡ ଟିକା ଏବଂ ୩ ଲକ୍ଷ ୩୬ ହଜାର ୭୮୦ କୋଭାକ୍ସିନ୍ ଟିକା ଆସିଛି ।

Leave A Reply

Your email address will not be published.