ଏକ ଲକ୍ଷ ଚାକିରୀ ଘୋଷଣା କଲେ ରିୟଲ୍ ଲାଇଫ୍ ହିରୋ ସୋନୁ ସୁଦ୍

0

ମୁମ୍ବାଇ  : ବଲିଉଡ ଅଭିନେତା ସୋନୁ ସୁଦ ନିଜର ମାନବିକତା ପାଇଁ ଅନେକ ଦିନ ହେଲା ଚର୍ଚ୍ଚାରେ ଅଛନ୍ତି। ସେ ଲକ୍ଷ ଲକ୍ଷ ଲୋକଙ୍କୁ ସାହାଯ୍ୟ କଲେଣି ଏବଂ ଆଗକୁ ମଧ୍ୟ ଜାରି ରଖିବେ ବୋଲି କହିଛନ୍ତି। ସୋନୁ ସୁଦ ନିକଟରେ ଏକ ଟ୍ୱିଟ କରିଛନ୍ତି। ନିଜର ମହତ୍ୱାକାଂକ୍ଷୀ ଯୋଜନା ଟ୍ୱିଟରରେ ସେୟାର କରିଛନ୍ତି। ଦେଶର ଏକ ଲକ୍ଷ ବେକାରଙ୍କୁ କିଭଳି ସେ ଚାକିରୀ ଦେବେ ସେ ସମ୍ପର୍କରେ ସେ ଏହି ପୋଷ୍ଟରେ ସେ କହିଛନ୍ତି। ସୋନୁଙ୍କ ଏହି ଘୋଷଣା ପରେ ତାଙ୍କର ଖୁବ ଚର୍ଚ୍ଚା ଓ ପ୍ରଶଂସା ହେଉଛି। ସେ ନିଜ ଟ୍ୱିଟରେ ଲେଖିଛନ୍ତି, “ନୂଆ ବର୍ଷ, ନୂଆ ଆଶା, ନୂଆ ଚାକିରୀର ମଉକା ଏବଂ ସେହି ମଉକାକୁ ଆପଣଙ୍କ ପାଖକୁ ଆଣିବୁ ଆମେ। ପ୍ରବାସୀ ରୋଜଗାର ଏବେ ଗୁଡୱାର୍କର। ଆଜି ହିଁ ଗୁଡୱାର୍କର ଆପ୍ଲିକେସନ ଡାଉନଲୋଡ୍ କରନ୍ତୁ ଏବଂ ଉତ୍ତମ ଭବିଷ୍ୟତ ଆଶା କରନ୍ତୁ।

ଟ୍ୱିଟ ସହ ସୋନୁ ସୁଦ ଏହି ଆପ ଡାଉନଲୋଡ଼ କରିବାକୁ ଏକ ଲିଙ୍କ ମଧ୍ୟ ସେୟାର କରିଛନ୍ତି। ସୋନୁଙ୍କ ଅନୁଯାୟୀ, ଏହି ଆପ ଜରିଆରେ ସେ ୧୦ କୋଟି ଲୋକଙ୍କ ଜୀବନ ବଦଳାଇବାକୁ ଚେଷ୍ଟା କରୁଛନ୍ତି। ଚାକିରୀ ଖୋଜୁଥିବା ଲୋକେ ସୋନୁ ସୁଦଙ୍କ ଏହି ଟ୍ୱିଟ ଦେଖିବା ପରେ ଉତ୍ସାହିତ ହୋଇଯାଇଛନ୍ତି। ନିଜର ଉଜ୍ଜ୍ୱଳ ଭଵିଷ୍ୟତ ନେଇ ଲୋକଙ୍କ ମନରେ ଏକ ଆଶା ଜାଗ୍ରତ ହୋଇଛି। ଅନେକ ୟୁଜର୍ସ ସୋନୁ ସୁଦଙ୍କ ଏହି ପଦକ୍ଷେପକୁ ଭୁରି ଭୁରି ପ୍ରଶଂସା କରିଛନ୍ତି।

ଏହା ସହ ଅଭିନେତା ସୋନୁ ସୁଦ ଆଉ ଏକ ଘୋଷଣା ମଧ୍ୟ କରିଛନ୍ତି। ଝାରଖଣ୍ଡର ଜଣେ ଶୁଟରଙ୍କୁ ସାହାଯ୍ୟ କରିବାକୁ ସେ ଘୋଷଣା କରିଛନ୍ତି। ଏହି ଶୁଟରଙ୍କୁ ଜର୍ମାନ ରାଇଫଲ ଦେବାକୁ ସେ ପ୍ରତିଶୃତି ଦେଇଛନ୍ତି। ଧନସାରରେ ରହୁଥିବା ମହିଳା ଖେଳାଳି କୋନିକା ଲାୟକଙ୍କୁ ମଧ୍ୟ ସାହାଯ୍ୟ କରିବେ ବୋଲି କହିଛନ୍ତି।

Leave A Reply

Your email address will not be published.