ଏକା ସାଙ୍ଗେ ୩ ଝିଅଙ୍କ କନ୍ୟାଦାନ କଲେ ମୁଖ୍ୟମନ୍ତ୍ରୀ ଶିବରାଜସିଂହ ଚୌହାନ

0

ବିଦିଶା : ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଜଣେ ନିଆରା ବ୍ୟକ୍ତିତ୍ବର ଉଦାହରଣ ଦେଇଛନ୍ତି । ମଙ୍ଗଳବାର ମଧ୍ୟ ପ୍ରଦେଶର ବିଦିଶାରେ ସେ ତାଙ୍କର ୩ ଜଣ ପାଳିତ ଝିଅଙ୍କ ବିବାହ ସମ୍ପନ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବଂ ତାଙ୍କ ପତ୍ନୀ ମନ୍ଦିରରେ ଅନୁଷ୍ଠିତ ଏହି ନିଆରା ବିବାହ ଉତ୍ସବରେ ୩ ପାଳିତ ଝିଅଙ୍କ କନ୍ୟାଦାନ ମଧ୍ୟ କରିଛନ୍ତି । ଯାହାକି ସମଗ୍ର ମଧ୍ୟ ପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଶିବରାଜ ସିଂହ ଚୌହାନ କହିଛନ୍ତି, ‘ ସେ ଯେତେବେଳେ ସାଂସଦ ଥିଲେ ୩ ଜଣ ଅନାଥ ଝିଅ (ରାଧା, ପ୍ରୀତି ଏବଂ ସୁମନ)ଙ୍କୁ ପାଳିତ କନ୍ୟା ଭାବେ ଗ୍ରହଣ କରିଥିଲେ । ସେମାନଙ୍କୁ ବଡ କରିବା ପାଇଁ ସମସ୍ତ ଦାୟିତ୍ବ ନେଇଥିଲେ । ଆଜି ସେମାନଙ୍କ ବିବାହ ସମ୍ପନ୍ନ ହେବା ସହିତ ଏକ ବଡ ଦାୟିତ୍ବ ପୂରଣ ହୋଇଛି । ଆଜି ଗୋଟିଏ ଦିନରେ ମୋର ୩ ଜଣ ଝିଅଙ୍କ ବିବାହ କରି ମୁଁ ବହୁତ ଖୁସି । ଏହି ମୁହୂର୍ତ୍ତ ସବୁବେଳ ପାଇଁ ସ୍ମରଣୀୟ ହୋଇ ରହିବ ।’ କଡା ସୁରକ୍ଷା ବ୍ୟବସ୍ଥା ଏବଂ କୋଭିଡ ପ୍ରୋଟୋକଲ ମାନି ଅଳ୍ପ ସଂଖ୍ୟକ ଅତିଥିଙ୍କ ଗହଣରେ ନିରାଡମ୍ବର ଭାବେ ବିବାହ କାର୍ଯ୍ୟ ଶେଷ ହୋଇଥିଲା ।

Leave A Reply

Your email address will not be published.