ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଷୀ ମୃତ

0

କେନ୍ଦୁଝର : ପୁଣି ବଜ୍ରପାତ ନେଲା ଜୀବନ। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାରିଗାଁରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ବାରିଗାଁର ଖଗେଶ୍ବର ମହାନ୍ତ। ସୂଚନା ଅନୁସାରେ ଖଗେଶ୍ବର ବିଲରେ ଘାସ କାଟୁଥିବା ବେଳେ ଘଡଘଡି ସହ ବର୍ଷା ପବନ ହୋଇଥିଲା। ଏହି ସମୟରେ ତାଙ୍କ ଉପରେ ବଜ୍ରପାତ ହେବାରୁ ଖଗେଶ୍ବର ଗୁରୁତର ହୋଇଥିଲେ । ଏହା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ରବିବାର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ୫ ଦିନ ଧରି ରାଜ୍ୟରେ କାଳବୈଶାଖୀ ଦେଖିବାକୁ ମିଳିବ ।  ବର୍ଷା ଓ ବଜ୍ରପାତ ନେଇ ୧୭ଟି ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରିଛି । ବଜ୍ରପାତ ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର୍‌ ବେଗରେ ପବନ ବୋହିବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି । ତେବେ ଜିଲ୍ଲା ଗୁଡ଼ିକ ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନୟାଗଡ଼, ମାଲକାନଗିରି , କୋରାପୁଟ, ଗଜପତି, ନୂଆପଡ଼ା, ରାୟଗଡ଼ା, ନବରଂଗପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ୱଲପୁର, ଯାଜପୁର ଓ ଦେବଗଡ଼ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି ।

Leave A Reply

Your email address will not be published.