ଅଲ୍‌ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍‌

0

କଲମ୍ୱୋ– ଭାରତୀୟ କ୍ରିକେଟ୍ ଦଳର ଅଲ୍‌ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍‌ ହୋଇଛନ୍ତି । ବର୍ତ୍ତମାନ ସେ ଶ୍ରୀଲଙ୍କା ଗସ୍ତରେ ଟିମ୍‌ ଇଣ୍ଡିଆର ସଦସ୍ୟ ଅଛନ୍ତି । ସେ ଟି-୨୦ ସିରିଜ୍‌ରେ ବି ଖେଳୁଛନ୍ତି । କ୍ରୁନାଲ୍‌ଙ୍କର କରୋନା ପଜିଟିଭ୍‌ ରିପୋର୍ଟ ଆସିବା ପରେ କଲମ୍ୱୋରେ ହେବାକୁ ଥିବା ଆଜିର ଟି-୨୦ ମ୍ୟାଚ୍‌କୁ ଗୋଟିଏ ଦିନ ପାଇଁ ସ୍ଥଗିତ ରଖାଯାଇଛି ।

 

ଉଲ୍ଲେଖନୀୟଯେ , ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆଜି ଅର୍ଥାତ୍‌ ମଙ୍ଗଳବାର ୨ୟ ଟି-୨୦ ମ୍ୟାଚ୍‌ ଖେଳା ଯିବାର ଥିଲା, ହେଲେ ଏବେ ମ୍ୟାଚ୍‌ ବୁଧବାର (୨୮ ଜୁଲାଇ)କୁ ଖେଳାଯିବ। ବର୍ତ୍ତମାନ ଟିମ୍‌ ଇଣ୍ଡିଆର ସବୁ ଖେଳାଳି ଆଇସୋଲେସନରେ ଅଛନ୍ତି ।

 

ସେପଟେ ମ୍ୟାଚ୍‌ ବିଷୟରେ କହିବାକୁ ଗଲେ , ୩ ମ୍ୟାଚ୍‌ ବିଶିଷ୍ଟ ଏହି ଟି-୨୦ ସିରିଜ୍‌ରେ ଟିମ୍ ଇଣ୍ଡିଆ ୧-୦ ରେ ଆଗରେ ରହିଛି । ନିଜର ପ୍ରଥମ ଟି-୨୦ ମୁକାବିଲାରେ ଶ୍ରୀଲଙ୍କାକୁ ୩୮ ରନ୍‌ରେ ହରାଇ ଥିଲା ଭାରତ । କ୍ରୁନାଲ ଏହି ମ୍ୟାଚ୍‌ରେ କେବଳ ୨ ଓଭର ବୋଲିଂ କରିଥିଲେ ଏବଂ ୧୬ ରନ୍‌ ଦେଇ ୧ୱିକେଟ୍‌ ଅକ୍ତିଆର କରିଥିଲେ । ଏହା ବ୍ୟତୀତ ବ୍ୟାଟିଂରେ ସେ ନଟ୍‌ ଆଉଟ୍‌ ସହ ୩ ରନ୍‌ କରିଥିଲେ ।

Leave A Reply

Your email address will not be published.