ଆମ୍ୱଗଛରେ ଝୁଲୁଛି ମୃତଦେହ

0

ବୁର୍ଲା, : ବୁର୍ଲା ଭିସୁଟର ହଷ୍ଟେଲ ପଛ ପଟେ ଏକ ବିଲରେ ଥିବା ଆମ୍ବଗଛରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିବା ଜଣାପଡ଼ିଛି ।

ମୃତଦେହଟି ପାଣିଟାଙ୍କି ପଡାର ନବୀନା ନାଏକଙ୍କ ବୋଲି ପରିବାର ଲୋକେ ଚିହ୍ନଟ କରିଛନ୍ତି । ତେବେ ନବୀନା ଶୁକ୍ରବାର ଅପରାହ୍ନରୁ ନିଖୋଜ ଥିବା ତାଙ୍କ ସ୍ତ୍ରୀ କହିବା ସହ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।

Leave A Reply

Your email address will not be published.