ସମ୍ବଲପୁର, : ସମ୍ବଲପୁର ବୁର୍ଲା ପିସି ବ୍ରିଜ ନିକଟ ବୁର୍ଲା ଏଣ୍ଟ୍ରି ପଏଣ୍ଟରେ ଦୁର୍ଘଟଣା । ଆମ୍ବୁଲାନ୍ସକୁ ଧକ୍କା ଦେଲା ବାଇକ୍ | ଏଥିରେ ୨ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି ।
ସୂଚନାନୁସାରେ, ରବିବାର ସକାଳ ୯ଟା ୧୫ରୁ ୯ଟା ୩୦ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି । ବରଗଡ ଆଡୁ ଆସୁଥିବା ଏକ ବାଇକ ଓ ସମ୍ବଲପୁର ଆଡୁ ବୁର୍ଲା ଯାଉଥିବା ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହୋଇଥିଲା | ଫଳରେ ଘଟଣା ସ୍ଥଳରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି |
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବୁର୍ଲା ପ୍ରବେଶ ପଥ ମାଂସ ଦୋକାନ ସାମ୍ନାରେ ବୁଲାଣିରେ ଆମ୍ବୁଲାନ୍ସଟି ବୁର୍ଲା ପ୍ରବେଶ କରୁଥିଲା | ଅପରପଟୁ ଆସୁଥିବା ବାଇକ ଆମ୍ବୁଲାନ୍ସରେ ପିଟି ହୋଇଥିଲା । ଫଳରେ ଆରୋହୀ ଦ୍ୱୟ ଛିଟିକି ପଡିଥିଲେ | ତେବେ ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରି ନାହିଁ ।