ଆମେରିକାରେ ଭୟଙ୍କର ନିଆଁ, ୧୪ ଲକ୍ଷ ଏକର ଜମି ନଷ୍ଟ

0

ନ୍ୟୁୟର୍କ  : କରୋନା ମହାମାରୀ, ୫୦ ବର୍ଷର ମରୁଡ଼ି ଏବଂ ପ୍ରବଳ ଉତ୍ତାପ ପରେ ଆମେରିକା ବର୍ତ୍ତମାନ ଭୟଙ୍କର ନିଆଁ ସହ ଲଢେଇ କରୁଛି। କାଲିଫର୍ନିଆରେ ଆରମ୍ଭ ହୋଇଥିବା ଅଗ୍ନିକାଣ୍ଡ ୧୩ ଟି ରାଜ୍ୟକୁ ବିସ୍ତାର କଲାଣି। ୮୫ ଟି ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି ଯାହା ଏପର୍ଯ୍ୟନ୍ତ ୧୪ ଲକ୍ଷ ଏକର ଜମି ନଷ୍ଟ କରିସାରିଲାଣି।

ଆମେରିକା ଅଗ୍ନିଶମ ବିଭାଗ ସୂଚନା ଅନୁଯାୟୀ, ଓରେଗନ୍ ରାଜ୍ୟରେ ନିଆଁ ଭୀଷଣ ରୂପ ଧାରଣ କରିଛି। ସେଠାକାର ଆବାସିକ ଅଞ୍ଚଳ ନିଆଁ ଅଧୀନରେ ରହିଛି। ଏହି କାରଣରୁ ଗତ ତିନି ଦିନ ମଧ୍ୟରେ ପ୍ରାୟ ୧୬ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏଥି ସହିତ ପ୍ରାୟ ୨୫୦୦ ଅଗ୍ନିଶମ ବାହିନୀ ଏବଂ ହେଲିକପ୍ଟର ନିଆଁକୁ ଆୟତ୍ତ କରିବା ପାଇଁ ନିୟୋଜିତ ହୋଇଛନ୍ତି।

ଆମେରିକା ଅଧିକାରୀ ଜିମ ହାନସନ କହିଛନ୍ତି ଯେ ଶନିବାର ରାତି ସୁଦ୍ଧା ଓରେଗନରେ ୨୦% ନିଆଁ ନିୟନ୍ତ୍ରଣ କରାଯାଇଛି। ଅନ୍ୟପକ୍ଷରେ ଅଗ୍ନିକାଣ୍ଡ ଯୋଗୁଁ ଦେଶର ତାପମାତ୍ରା ମଧ୍ୟ ବୃଦ୍ଧି ପାଇଛି। ସାଧାରଣତଃ ଜୁଲାଇରେ ଆମେରିକାର ତାପମାତ୍ରା ହାରାହାରି ତାପମାତ୍ରା ୨୦ ରୁ ୨୩ ଡିଗ୍ରୀ ମଧ୍ୟରେ ରହିଥାଏ। କିନ୍ତୁ ଅଗ୍ନିକାଣ୍ଡ ଯୋଗୁଁ ତାପମାତ୍ରା ୩୨ ଡିଗ୍ରୀରେ ପହଞ୍ଚିଛି।

Leave A Reply

Your email address will not be published.