ଆମେରିକୀୟ ଦୂତାବାସରେ ବଡ ଦୁର୍ଘଟଣା

0

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଚାଣିକ୍ୟ ପୁରୀସ୍ଥିତ ଆମେରିକୀୟ ଦୂତାବାସରେ ବଡ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି । ଏହାସହ ଅନ୍ୟ ଜଣେ ଶ୍ରମିକ ଆହତ ହୋଇଛନ୍ତି । ଚିକିତ୍ସା ପାଇଁ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଥାଉତି, ଦୂତାବାସରେ ନିକଟରେ ନିର୍ମାଣ ଧୀନ କୋଠା କାର୍ଯ୍ୟ ଚାଲିଥିଲା । ୩ ଜଣ ଶ୍ରମିକ କ୍ରେନ ନିକଟରେ ଛିଡ଼ା ହୋଇ କାମ କରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । କାମ ଚାଲିଥିବା ବେଳେ ସମୟରେ କ୍ରେନଟି ଅଚାନକ ଓଲଟିପଡ଼ିଥିଲା ।

ଫଳରେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ୩ ଜଣ ଶ୍ରମିକ । ପୋଲିସ କହିବା ଅନୁସାରେ ମୃତକମାନେ ହେଲେ ୩୨ ବର୍ଷୀୟ କାଞ୍ଚଚନ ମୀନା ଓ ୩୩ ର୍ବଷୀୟ ବାବୁଲାଲ । ସେହିଭଳି ଆହତ ଜଣକ ହେଉଛନ୍ତି ୩୩ ବର୍ଷୀୟ ମୁକେଶ । ମୁକେଶଙ୍କୁ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ପରେ ଅବସ୍ଥା ସଂକଟପନ୍ନ ହେବାରୁ ଆରଏମଏଲ ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଚାଣକ୍ୟପୁରୀ ଥାନାରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.