ଅପରାହ୍ନ ୨ ଟାରେ ପ୍ରକାଶ ପାଇଲା ସିବିଏସ୍ଇ ଦ୍ୱାଦଶ ବୋର୍ଡ ରେଜଲ୍ଟ

0

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଶୁକ୍ରବାର ଅପରାହ୍ନ ୨ ଟାରେ ଦ୍ୱାଦଶ ବୋର୍ଡ ଫଳାଫଳ ପ୍ରକାଶ କରିଛି। ପରୀକ୍ଷା ପାଇଁ ପଞ୍ଜୀକୃତ ଛାତ୍ରମାନେ ଅଫିସିଆଲ୍ ୱେବସାଇଟ୍ cbseresults.nic.in ମାଧ୍ୟମରେ ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଫଳାଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ଜୁଲାଇ ୩୧ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ।

ମୋଟ୍ ୯୯.୩୭ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୯.୧୩ ପ୍ରତିଶତ । ସେହିପରି ୯୯.୬୭ ଛାତ୍ରୀ ପାସ୍ କରିଛନ୍ତି ।

ବୋର୍ଡ ଦେଇଥିବା ମାନଦଣ୍ଡ ଅନୁଯାୟୀ, ଚଳିତ ବର୍ଷ ଦ୍ୱାଦଶ ଫଳାଫଳ ୩୦:୩୦:୪୦ ଫର୍ମୁଲାରେ ସ୍ଥିର କରାଯାଇଛି। ମାର୍କିଂ ସ୍କିମ୍ ଅନୁଯାୟୀ, ଦଶମ ଏବଂ ଏକାଦଶ ଶ୍ରେଣୀରେ ୫ ଟି ମଧ୍ୟରୁ ଯେଉଁ ୩ ଟି ବିଷୟରେ ଛାତ୍ରଛାତ୍ରୀମାନେ ସର୍ବାଧିକ ସ୍କୋର କରିଛନ୍ତି ତାକୁ ଫଳାଫଳ ପ୍ରସ୍ତୁତ ପାଇଁ ଚୟନ କରାଯିବ। ଏଥି ସହିତ, ଦ୍ୱାଦଶ ଶ୍ରେଣୀର ୟୁନିଟ୍, ଟର୍ମ ଏବଂ ପ୍ରାକ୍ଟିକାଲ୍ ପରୀକ୍ଷାରେ ମିଳିଥିବା ମାର୍କ ଆଧାରରେ ଏହା ପ୍ରସ୍ତୁତ ହେବ।

୩୦:୩୦:୪୦ ଫର୍ମୁଲା କଣ :
ସିବିଏସ୍ଇ ଦ୍ୱାରା ଗଠିତ ପ୍ୟାନେଲ୍ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମୂଲ୍ୟାଙ୍କନ ପାଇଁ ୩୦:୩୦:୪୦ ର ଫର୍ମୁଲା ସ୍ଥିର କରିଛି। ଏହି ଫର୍ମୁଲା ଅନୁଯାୟୀ ଦଶମ -ଏକାଦଶ ଫାଇନାଲ ଫଳାଫଳକୁ ୩୦% ଦିଆଯିବ ଏବଂ ଦ୍ୱାଦଶର ପ୍ରି-ବୋର୍ଡ ପରୀକ୍ଷାରେ ୪୦% ଦିଆଯିବ। ସିବିଏସ୍ଇ ଜୁନ୍ ୪ ରେ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମାର୍କିଂ ସ୍କିମ୍ ସ୍ଥିର କରିବାକୁ ଏକ ୧୩ ଜଣିଆ କମିଟି ଗଠନ କରିଥିଲା।

କେମିତି ଚେକ କରିବେ ଫଳାଫଳ
ପ୍ରଥମେ CBSE cbseresults.nic.in ର ଅଫିସିଆଲ୍ ସାଇଟ୍ କୁ ଯାଆନ୍ତୁ
ଏଠାରେ ହୋମ ପେଜରେ ଦ୍ୱାଦଶ CBSE ଫଳାଫଳ ୨୦୨୧ ଲିଙ୍କରେ କ୍ଲିକ୍ କରନ୍ତୁ
ଏଠାରେ ଏକ ନୂଆ ପେଜ ଖୋଲିବ ଏବଂ ପ୍ରାର୍ଥୀମାନଙ୍କୁ ଲଗ୍ଇନ୍ କରିବାକୁ ପଡିବ
ଆପଣ ଲଗଇନ୍ କରିବା ମାତ୍ରେ ଆପଣଙ୍କ ଫଳାଫଳ ସ୍କ୍ରିନରେ ଆସିବ

Leave A Reply

Your email address will not be published.