ଅପରାହ୍ନରେ ୟୁଏନ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ ମୋଦୀ

0

ନୂଆଦିଲ୍ଲୀ, :  ସୋମବାର ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିବେ। ବୈଦେଶିକ ମନ୍ତ୍ରଣାଳୟର କହିବା ଅନୁଯାୟୀ ସୁରକ୍ଷା ପରିଷଦର ‘ସାମୁଦ୍ରିକ ସୁରକ୍ଷା ବୃଦ୍ଧି’ ସମ୍ପର୍କିତ ବୈଠକରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ଅପରାହ୍ଣ ୫ଟା ୩୦ରେ ଭିଡଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ହେବ।

ବୈଠକରେ ସାମୁଦ୍ରିକ ଅପରାଧକୁ ଦମନ ଓ ଅସ୍ଥିରତା କ୍ଷେତ୍ରରେ ସହଯୋଗ ଲାଗି ଆଲୋଚନା ହେବ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ମୋଦୀ ସୁରକ୍ଷା ପରିଷଦ ବୈଠକରେ ଅଧ୍ୟକ୍ଷତା କରିବେ। ପୂର୍ବରୁ ଭାରତର କୌଣସି ପ୍ରଧାନମନ୍ତ୍ରୀ କେବେ ସୁରକ୍ଷା ପରିଷଦରେ ଅଧ୍ୟକ୍ଷତା କରି ନାହାନ୍ତି। ବୈଠକରେ ବିଭିନ୍ନ ରାଷ୍ଟ୍ର ନେତା ଓ ପ୍ରତିନିଧିମାନେ ଯୋଗଦେବେ। ଧାରାବାହିକ ପରିବର୍ତ୍ତନ କ୍ରମରେ ଅଗଷ୍ଟ ୧ରୁ ଭାରତକୁ ୟୁଏନ୍ ଏସସିର ଅଧ୍ୟକ୍ଷ ପଦ ଭାର ଗ୍ରହଣ ମିଳିଛି।

ଭାରତର ଏହି ଅଧ୍ୟକ୍ଷତା କାର୍ଯ୍ୟକାଳ ଏକମାସ ପାଇଁ ରହିବ। ସୁରକ୍ଷା ପରିଷଦରେ ଭାରତ ସମେତ ୧୦ଟି ରାଷ୍ଟ୍ର ଅସ୍ଥାୟୀ ସଦସ୍ୟ ରହିଥିବାବେଳେ ଚୀନ, ଫ୍ରାନ୍ସ, ରୁଷ, ବ୍ରିଟେନ ଓ ଆମେରିକା ସ୍ଥାୟୀ ସଦସ୍ୟ ଅଛନ୍ତି। ଭାରତକୁ ସୁରକ୍ଷା ପରିଷଦର ଅସ୍ଥାୟୀ ସଦସ୍ୟତା ମାତ୍ର ୨ବର୍ଷ ପାଇଁ ମିଳିଛି। ଏହି ସଦସ୍ୟତାର ଅବଧି ୨୦୨୧ ଜାନୁଆରୀ ୧ରୁ ଆରମ୍ଭ ହୋଇଛି।

Leave A Reply

Your email address will not be published.