ଏପ୍ରିଲ ୨୩ରେ ଅବସର ଗ୍ରହଣ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି,

0

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସ ଏ ବୋବଡେ ଆସନ୍ତା ଏପ୍ରିଲ ୨୩ ତାରିଖରେ ଅବସର ଗ୍ରହଣ କରିବେ । ତେଣୁ ମାସକ ପୂର୍ବରୁ କେନ୍ଦ୍ର ସରକାର ତାଙ୍କୁ ନିଜର ଉତ୍ତରାଧିକାରୀ ବାଛିବାକୁ କହିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ମର୍ମରେ ପ୍ରଧାନ ବିଚାରପତିଙ୍କ ନିକଟକୁ ଏକ ପତ୍ର ଲେଖି ଉତ୍ତରାଧିକାରୀ ବାଛିବାକୁ କହିଛନ୍ତି

ପ୍ରଚଳିତ ନିୟମ ଅନୁସାରେ, ପ୍ରଧାନ ବିଚାରପତି ଅବସର ନେବା ପରେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତିଙ୍କୁ ଏହି ପଦରେ ନିଯୁକ୍ତି ଦେବା ପାଇଁ ପ୍ରଧାନ ବିଚାରପତି ସୁପାରିଶ କରିବେ । ପ୍ରଧାନ ବିଚାରପତି ବୋବଡେଙ୍କ ପରେ ଜଷ୍ଟିସ ଏନ୍‌ ଭି ରମନ୍ନା ଏବେ ସୁପ୍ରିମକୋର୍ଟର ଦ୍ୱିତୀୟ ବରିଷ୍ଠ ବିଚାରପତି ଭାବେ ବିବେଚିତ ହେଉଛନ୍ତି ।

ତେଣୁ ଜଷ୍ଟିସ ଏନ୍‌ ଭି ରମନ୍ନାଙ୍କ ନାମକୁ ଏହି ପଦ ପାଇଁ ସୁପାରିଶ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ସେ ଏହି ପଦରେ ନିଯୁକ୍ତି ପାଇଲେ ୨୦୨୨ ମସିହା ଅଗଷ୍ଟ ୨୬ ଯାଏଁ କାର୍ଯ୍ୟ କରିବେ ।

Leave A Reply

Your email address will not be published.