ଏପ୍ରିଲରୁ ସ୍ୱାଭାବିକ ହେବ ଯାତ୍ରୀବାହୀ ରେଳ ଚଳାଚଳ

0

ନୂଆଦିଲ୍ଲୀ :  ଆସନ୍ତା ଏପ୍ରିଲ ମାସ ସୁଦ୍ଧା ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ସ୍ୱାଭାବିକ ହେବା ନେଇ ଇଷ୍ଟକୋଷ୍ଟ ରେଲୱେ ସୂଚନା ଦେଇଛି । ଗତ ବର୍ଷ ଠାରୁ କୋଭିଡ କଟକଣା ପାଇଁ ସମସ୍ତ ପ୍ରକାର ଯାତ୍ରୀବାହୀ ରେଳ ଚଳାଚଳକୁ ବାତିଲ କରା ଯାଇଥିଲା । କୋଭିଡ କଟକଣା କୋହଳ ହେବା ସହିତ ଇଷ୍ଟକୋଷ୍ଟ ରେଲୱେ ତରଫରୁ ଧୀରେ ଧୀରେ ରେଳ ଚଳାଚଳ ସ୍ବାଭାବିକ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ତଥା ୫୨ ଟି ଯାତ୍ରୀବାହୀ ରେଳ ଚଳାଚଳ ସ୍ବାଭାବିକ ଭାବେ ଚାଲିଛି । ଆସନ୍ତା ଏପ୍ରିଲ ମାସ ସୁଦ୍ଧା ପୂର୍ବପରି ସମସ୍ତ ଯାତ୍ରୀବାହୀ ରେଳ ଚଳାଚଳ ସ୍ବାଭାବିକ ହେବା ନେଇ ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ଭାରତୀୟ ରେଳବାଇ ପର୍ଯ୍ୟାୟକ୍ରମେ ପାସେଞ୍ଜର ଟ୍ରେନ୍ ସଂଖ୍ୟାରେ ଲଗାତର ବୃଦ୍ଧି କରୁଛି । କୋଭିଡ୍ ସମୟରେ ରେଳବାଇ ଲକଡାଉନ୍ ପୂର୍ବ ତୁଳନାରେ ୭୦ ପ୍ରତିଶତ ମେଲ୍ ଓ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରୁଛି ।

ଆହୁରି ମଧ୍ୟ ନିକଟରେ ରେଳ ଭଡା ବୃଦ୍ଧି କରିଥିଲା । ରେଳବାଇ କହିଥିଲା ଯେ, ବୃଦ୍ଧି ପାଇଥିବା ଭଡା ସମାନ ଦୂରତା ପାଇଁ ଚାଲୁଥିବା ଟ୍ରେନ୍, ମେଲ୍, ଏକ୍ସପ୍ରେସ୍ ଆଦି ଆଧାରରେ ନିଷ୍ପତ୍ତି ନିଆଯାଇଛି । ଏବେ ଯାତ୍ରୀଙ୍କ କମ୍ ବାଟ ଯିବାକୁ ହେଲେ ମେଲ୍, ଏକ୍ସପ୍ରେସ୍ ଭଳି ଭଡା ଦେବାକୁ ହେବ । ୩୦ରୁ ୪୦ କିମି ଦୂରତା ଯାଉଥିବା ଯାତ୍ରୀ ଏଣିକି ଅଧିକ ଟଙ୍ଗା ଗଣିବେ ।

Leave A Reply

Your email address will not be published.