ଆସନ୍ତା ୨୦ରୁ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷାର ଆଶଙ୍କା

0

ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ଗରମ ସାମାନ୍ୟ କମିଛି । ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଆହୁରି ବଢ଼ିଯାଇଛି । ରାଜ୍ୟର ୩ଟି ଜାଗାରେ ବୁଧବାର ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ୍‌ରେ ପହଞ୍ଚିଛି । ଏହି ୩ ସହର ହେଲା-ବାରିପଦା, ବୌଦ୍ଧ, ମାଲକାନଗିରି । ପାଣିପାଗ ପୂର୍ବାନୁମାନ କହୁଛି, ଏବେ ଗରମ ବିଶେଷ କମିବ ନାହିଁ । ତାପମାତ୍ରା ପ୍ରାୟତଃ ଅପରିବର୍ତ୍ତିତ ରହିବ । ତେବେ ୨୦ ଓ ୨୧ ତାରିଖରେ କେତେକ ଜିଲ୍ଲାରେ କାଳବୈଶାଖୀଜନିତ ବର୍ଷା ହୋଇପାରେ । ହେଲେ ବାକି ଅଞ୍ଚଳରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ ।

ପାଣିପାଗ ବିଭାଗ କହିଛି, ବାରିପଦା, ବୌଦ୍ଧ ଓ ମାଲକାନଗିରି ପରେ ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୮.୬ ଡିଗ୍ରୀ ଅଛି । ଏହାବାଦ୍‌ ତାଳଚେର ୩୮.୩, ଟିଟିଲାଗଡ଼ ୩୮, ଅନୁଗୁଳ ୩୭.୭, ଭବାନୀପାଟଣା ୩୭.୭, କଟକ ୩୭.୬, ଝାରସୁଗୁଡ଼ା ୩୭.୨, ସମ୍ବଲପୁର ୩୭.୨ ଓ ବଲାଙ୍ଗିର ୩୭.୨ ଡିଗ୍ରୀ ସେଲସିୟସ୍‌ ଅଛି । ଆସନ୍ତା ଦୁଇଦିନ ପାଗ ଶୁଖିଲା ରହିବ । ୨୦ ତାରିଖରେ ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୧ରେ ମଧ୍ୟ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ଅଛି ।

Leave A Reply

Your email address will not be published.