ଅଷ୍ଟମ ପାସ୍ ଡାକ୍ତର, ଗର୍ଭବତୀ ମହିଳାଙ୍କୁ ସର୍ଜରୀ ପରେ ଚାଲିଗଲା ଜୀବନ

0

ସୁଲତାନପୁର: ଏବେ ଗାଁ ଗହଳି ସବୁଠି ନକଲି ଡାକ୍ତର ମାଳ ମାଳ। ଶିକ୍ଷାଗତ ଯୋଗ୍ୟତା ନଥାଇ ମଧ୍ୟ କ୍ଲିନିକ ଖୋଲି ଲୋକଙ୍କ ଜୀବନ ସହ ଖେଳୁଛନ୍ତି। ଏଭଳି ଏକ ଘଟଣା ଉତ୍ତର ପ୍ରଦେଶର ସୁଲତାନପୁରରେ ଦେଖିବାକୁ ମିଳିଛି।  ଗତ ୧୭ ତାରିଖରେ ଜଣେ ଗର୍ଭବତୀ ମହିଳା ପ୍ରସବ ପାଇଁ ଆସିଥିବା ବେଳେ ଏଭଳି ଜଣେ ନକଲି ଡାକ୍ତର ହାବୁଡରେ ପଡି ତାଙ୍କର ଜୀବନ ଯିବା ସହ ଶିଶୁଟିର ମଧ୍ୟ ମୃତ୍ୟୁ ହୋଇଛି। ଡାକ୍ତର ବୋଲି ନିଜକୁ ପରିଚୟ ଦେଇଥିବା ବ୍ୟକ୍ତିଜଣକ ଅଷ୍ଟମ ପାସ୍ କରିଛନ୍ତି, କିନ୍ତୁ ମହିଳାଙ୍କର ସର୍ଜରୀ କରିବାରୁ ତାଙ୍କର ମୃତ୍ୟୁ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ପୁରଭା ଗାଁର ପୁନମ ନାମକ ଜଣେ ମହିଳା ଗର୍ଭବତୀ ଥିଲେ। ମଙ୍ଗଳବାର ରାତିରେ ତାଙ୍କ ପରିବାର ଲୋକ ଚିକିତ୍ସା ପାଇଁ ଅରଓ୍ବଲ ସ୍ଥିତ ମା ଶାରଦା ହସ୍ପିଟାଲ ଆଣିଥିଲେ। ସେଠାରେ ଡାକ୍ତର ପୁନମଙ୍କର ଅପରେସନ୍ କରିଥିଲେ। ଏହି ସମୟରେ ପ୍ରବଳ ରକ୍ତସ୍ରାବ ହେବା କାରଣରୁ ମା ଓ ନବଜାତ ଶିଶୁର ଅବସ୍ଥା ସଙ୍କଟପନ୍ନ ହୋଇଯାଇଥିଲା। ଏହାପରେ ସେମାନେ ବିନା ରେଫର କାଗଜପତ୍ର ନକରି ମା-ପିଲା ଦୁହିଁଙ୍କୁ ଲକ୍ଷ୍ନୌ ପଠାଇ ଦେଇଥିଲେ। ରାସ୍ତାରେ ମହିଳା ଓ ତାଙ୍କ ଶିଶୁର ମୃତ୍ୟୁ ହୋଇଥିଲା।

ଏହାପରେ ପରିବାର ଲୋକ ବଲଦିରାୟ ଥାନାରେ ପହଁଞ୍ଚି ଥିଲେ ଓ ସଞ୍ଚାଳନ, ଡାକ୍ତର ଓ ସହଯୋଗୀଙ୍କ ବିରୋଧରେ ଏଫଆଇଆର ଦିଆଯାଇତିଲା। ପୋଲିସ ପରିବାର ଲୋକଙ୍କ ଅଭିଯୋଗ ପରେ ଯେତେବେଳେ ତଦନ୍ତ କରିଥିଲା ଆଶ୍ଚର୍ଯ୍ୟକର କଥା ଜଣାପଡିଥିଲା। ତାହା ହେଲା  ମା ଶାରଦା ହସ୍ପିଟାଲର ସଞ୍ଚାଳକ ରାଜେଶ ସାହାନୀ ମାତ୍ର ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢିଛନ୍ତି। କେବଳ ସେତିକି ଆହୁରି ସବୁଠାରୁ ବଡ କଥା ହେଲା ନିଜକୁ ଡାକ୍ତର ବୋଲି କହି ଅପରେସନ୍ କରିଥିବା ରାଜେନ୍ଦ୍ର ପ୍ରସାଦ ଶୁକ୍ଲା ମାତ୍ର ଅଷ୍ଟମ ଶ୍ରେଣୀ ପଡିଛି ଓ ତା’ର ସହଯୋଗୀମାନେ ପଞ୍ଚମ ଶ୍ରେଣୀ ଯାଏଁ ପଢିଛନ୍ତି। ସଞ୍ଚାଳକ ରାଜେଶ ସାହାନୀ ଖିରି ଜିଲାରେ ରୁହେ ଓ ରାଜେନ୍ଦ୍ର ତା’ର ସହଯୋଗୀ ଅଯୋଧ୍ୟାରେ ରୁହେ। ଜଣାପଡିଛି ଯେ, ଏମାନେ ଦୀର୍ଘ ଦିନ ଧରି ଲୋକଙ୍କ ଜୀବନ ସହ ଖେଳିଆସୁଛନ୍ତି। ପୋଲିସ ଏପର୍ଯ୍ୟନ୍ତ ୩ଜଣଙ୍କୁ ଗିରଫ କରି ଜେଲ୍ ପଠାଇ ସାରିଛି।

Leave A Reply

Your email address will not be published.