ଆଠ ଜଣଙ୍କୁ ଠକି ବିବାହ କରିଥିଲେ ଯୁବତୀ

0

ଚଣ୍ଡୀଗଡ଼  : ପଞ୍ଜାବ ପଟିଆଲା ଜିଲ୍ଲାରେ ପୋଲିସ ଜଣେ ୪୨୦ ଦୁଲହନକୁ ଗିରଫ କରିଛି ଯିଏ ୮ଜଣଙ୍କୁ ବିବାହ କରି ଶାଶୂଘର ପକ୍ଷରୁ ଗହଣା ଓ ନଗଦ ଟଙ୍କା ଲୁଟି ଫେରାର ହୋଇଯାଇଥିଲା। ଯୁବତୀଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି। ୪୨୦ ଦୁଲହନକୁ ନେଇ ହୋଇଥିବା ଖୁଲାସାରେ ପୋଲିସର ବି ହୋସ ଉଡିଯାଇଛି। ସପ୍ତାହେ ପୂର୍ବରୁ ଗିରଫ ହୋଇଥିବା ୪୨୦ ଦୁଲହନର ପୋଲିସ HIV ଟେଷ୍ଟ କରିଥିଲା। ଯୁବତୀଙ୍କ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ପୋଲିସ ଯୁବତୀ ବିବାହ କରିଥିବା ଯୁବକଙ୍କର ଟେଷ୍ଟ କରାଇବ।

ସୂଚନା ଅନୁଯାୟୀ, ଯୁବତୀ ନିଜର ୩ ସହଯୋଗୀଙ୍କ ସହ ମିଶି ଯୁବକମାନଙ୍କୁ ଫସାଉଥିଲା। ବିବାହ ପରେ ମାରପିଟ ଓ ଯୌତୁକ ଦାବି କରୁଥିବା ଅଭିଯୋଗ କରି ଝଗଡା କରୁଥିଲା ଓ ପାଞ୍ଚାୟତ ଡାକୁଥିଲା। ଚୁକ୍ତିନାମା ପରେ ମଉକା ପାଇ ଶାଶୁଘରୁ ଗହଣା ଓ ନଗଦ ଟଙ୍କା ନେଇ ଫେରାର ହୋଇଯାଉଥିଲା। ଏଥିରେ ଯୁବତୀର ମା’ ବି ସାମିଲ ଥିଲେ। ଠକାମୀର ଶିକାର ହୋଇଥିବା ୮ ଯୁବକଙ୍କ ମଧ୍ୟରୁ ୩ ହରିୟାଣାର। ପଟିଆଲାର ଜୁଲକା ଅଞ୍ଚଳରେ ନବମ ବରକୁ ଖୋଜିବା ସମୟରେ ଯୁବତୀକୁ ଗିରଫ କରାଯାଇଛି। ନବମ ଯୁବକକୁ ମଧ୍ୟ ବିବାହ କରିଥିଲେ। ସେଠାରେ ଯୁବତୀ ଚତୁର୍ଥୀ ରାତି ପରେ ସପ୍ତାହେ ରହି ଆସିଥିଲେ। ଫଳରେ ଉକ୍ତ ଯୁବକଙ୍କ ଉପରେ ଏଡ୍ସ ବିପଦ ରହିଛି।

ଅଭିଯୁକ୍ତ ମହିଳା ହରିୟାଣା କୈଥଲ ଜିଲ୍ଲାର ଓ ବୟସ ୩୦ ବର୍ଷ। ତାଙ୍କର ଅସଲି ବାହାଘର ୨୦୧୦ରେ ପଟିଆଲାରେ ହୋଇଥିଲା | ପ୍ରଥମ ସ୍ୱାମୀଠୁ ତାଙ୍କର ୩ ସନ୍ତାନ। ଏହାପରେ ହଠାତ ତାଙ୍କ ସ୍ୱାମୀ ଗାୟବ ହୋଇଗଲା। ସେ ସ୍ୱାମୀଠୁ ଛାଡପତ୍ର ମଧ୍ୟ ନେଇ ନାହାନ୍ତି। ୪ ବର୍ଷ ପୂର୍ବରୁ ସେ ଲୁଟେରୀ ଦୁଲହନ ଧନ୍ଦା ଆରମ୍ଭ କରିଥିଲେ। ଏହାପରେ ପଞ୍ଜାବ ଓ ହରିୟାଣାରେ ଅବିବାହିତା ଯୁବକ, ଛାଡପତ୍ର ବା ସ୍ତ୍ରୀ ନଥିବା ପୁରୁଷଙ୍କୁ ଫସାଇ ଠକୁଥିଲେ।

Leave A Reply

Your email address will not be published.