ଆଠମଲ୍ଲିକ ରେଞ୍ଜରେ ହାତୀ ଆତଙ୍କ

0

ଆଠମଲ୍ଲିକ: ଆଠମଲ୍ଲିକ ରେଞ୍ଜରେ ହାତୀ ଆତଙ୍କ । ଆଠମଲ୍ଲିକ ନୂଆଗଡ ପଞ୍ଚାୟତରେ କିଛି ଦିନ ହେବ ମାଈ ହାତୀ ଆତଙ୍କ ସୃଷ୍ଟି କରିଛି । ବନ ବିଭାଗ ହାତୀକୁ ଯେତେ ଘଉଡ଼ାଇଲେ ବି ହାତୀ ଗାଁ ପାଖ ଛାଡ଼ି ଜଙ୍ଗଲକୁ ଯାଉନାହିଁ । ଯାହାଫଳରେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଭୟରେ ଦିନରେ ବି ଘରୁ ବାହାରୁ ନାହାଁନ୍ତି ଲୋକେ ।

ନୂଆଗଡ, ଖମ୍ବେଶ୍ଵରପାଲି ଆଦି ଗାଁର ଅନେକ ଧାନବିଲ ନଷ୍ଟ କଲାଣି ହାତୀ । ଧାନତଳି, ରୁଆଧାନ ଏବଂ ବେଉଷଣ ବିଲ ହାତୀ ନଷ୍ଟ କରୁଥିବାରୁ ଚାଷୀ କିପରି ଚାଷ ଓ ଫସଲକୁ ହାତୀ କବଳରୁ ରକ୍ଷା କରିବ ଚିନ୍ତାରେ ।

Leave A Reply

Your email address will not be published.