ଅଠରନଳାରେ ବୋମା ମାଡ଼

0

ପୁରୀ :  ପୁରୀ ଅଠରନଳାରେ ଦୁର୍ବୁତ୍ତଙ୍କ ଆତଙ୍କ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଠରନଳାରେ ବୋମା ମାଡ଼ ହୋଇଛି । ନୃସିଂହ ନାୟକ ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ ହୋଇଛି। ବୋମା ମାଡରେ ଗୋଟିଏ ବୋଦାର ମୃତ୍ୟୁ ହୋଇଛି। ଖବର ପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସର ପହଞ୍ଚି ତଦନ୍ତ ଚଳାଇଛି। ପୂର୍ବରୁ ସୁନାବେଶ ଦିନ ବିଳମ୍ବିତ ରାତିରେ ନୃସିଂହ ନାୟକଙ୍କ ଘର ଉପରକୁ ଦୁର୍ବୁତ୍ତ ବୋମା ମାଡ କରିଥିଲେ। ବୋମାମାଡ଼ରେ ନୃସିଂହ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ହୋଇଛନ୍ତି । ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଇଛି।

Leave A Reply

Your email address will not be published.