ATM ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍
ବ୍ରହ୍ମପୁର: ATM ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣା । ମାମଲାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ଡ୍ରାଇଭର୍ ଆଶିଷ କୁମାର ଦିଗାଲ୍, ମାନ୍ୟବାର ନାୟକ ଓ କାର୍ତ୍ତିକ ନାୟକ ରହିଛନ୍ତି । ସେମାନଙ୍କ ନିକଟରୁ ନଗଦ ୨୦ ଲକ୍ଷ ୯୦ ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ, ଡିଭାଇନ୍ ସ୍ଳିପ୍ ଲିକ୍ୟୁଏଡ଼ ସହ ୪ଟି ମୋବାଇଲ୍ ଜବତ ହୋଇଛି ।
ଖବର ଅନୁଯାୟୀ, ୧୮ ତାରିଖରେ ଟଙ୍କା ଭର୍ତ୍ତି ଗାଡିକୁ ବ୍ରହ୍ମପୁର ବଡ଼ବଜାର ଏକ ବ୍ୟାଙ୍କ ନିକଟରୁ ବନ୍ଧୁକ ମୁନରେ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଉକ୍ତ ଭ୍ୟାନ ସହ ଅଚେତ ଅବସ୍ଥାରେ ଡ୍ରାଇଭରକୁ ଉଦ୍ଧାର କରାଯାଇଥିଲା । ତେବେ ଏହି ସମସ୍ତ ଘଟଣା ଡ୍ରାଇଭର ଆଶିଷ ଦିଗାଲ ନାଟକ ରଚିଥିବା ପୋଲିସ ସମ୍ମୁଖରେ ସ୍ଵୀକାର କରିଥିଲେ। ATM ଗାଡ଼ିରୁ ୨୪ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିଙ୍କ ଡ୍ରାଇଭର୍ ଆଶିଷ କୁମାର ଦିଗାଲ୍, ମାନ୍ୟବାର ନାୟକ ଓ କାର୍ତ୍ତିକ ନାୟକ ରହିଛନ୍ତି । ସେମାନଙ୍କ ନିକଟରୁ ନଗଦ ୨୦ ଲକ୍ଷ ୯୦ ହଜାର ଟଙ୍କା, ଗୋଟିଏ ମୋଟର ସାଇକେଲ, ଡିଭାଇନ୍ ସ୍ଳିପ୍ ଲିକ୍ୟୁଏଡ଼ ସହ ୪ଟି ମୋବାଇଲ୍ ଜବତ ହୋଇଛି । ପୁଲବାଣୀ ଜିଲ୍ଲା ସାରଙ୍ଗଗଡ଼ରୁ ଏହି ଟଙ୍କା ଜବତ ହୋଇଛି । ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ ଚାଲିଛି । ଖୁବଶୀଘ୍ର ସମସ୍ତ ତଥ୍ୟ ପଦାକୁ ଆସିବ । ଏନେଇ ବ୍ରହ୍ମପୁର ଏସ୍ପି ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି ।