ଏଟିଏମ୍ ମେସିନ୍ ଭାଙ୍ଗି ଲୁଟ
ବାରଙ୍ଗ : ମାତିଛନ୍ତି ଏଟିଏମ୍ ଲୁଟେରା । ଏଟିଏମ୍ ମେସିନ୍ ଭାଙ୍ଗି ଲୁଟି ନେଲେ ଟଙ୍କା । ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଥିବା ପିଏନ୍ବି ଏଟିଏମ୍ରୁ ଲୁଟ୍ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍ଭିନ୍ ଜାରି ରଖିଛି ।
ଖବର ଅନୁଯାୟୀ, ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଥିବା ପିଏନ୍ବି ଏଟିଏମ୍ର ମେସିନ ଭାଙ୍ଗି ଲୁଟି ନେଇଛନ୍ତି ଦୁର୍ବୃତ୍ତ । ହେଲେ ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ଟଙ୍କା ଲୁଟି ନେଇଛନ୍ତି । ତାହା ସ୍ପଷ୍ଟ ଭାବେ ସୂଚନା ମିଳିପାରିନାହିଁ । ଘଟଣାସ୍ଥଳରେ ଚନ୍ଦକା ଥାନା ପୋଲିସ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛନ୍ତି । ସେପଟେ ଆଜି ସକାଳୁ ATMରୁ ଲୁଟ୍ ହୋଇଥିବା ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।