ଅତ୍ୟାଧୁନିକ ସେନା ପ୍ରସ୍ତୁତ କରୁଛି ଡ୍ରାଗନ

0

ନୂଆଦିଲ୍ଲୀ,: ଚାଇନାର ନୂଆ ଚାସ୍ । ଅତ୍ୟାଧୁନିକ ସେନା ପ୍ରସ୍ତୁତ କରୁଛି ଡ୍ରାଗନ । ଚୀନର ସେନା ଦିବସ ପୂର୍ବରୁ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏନେଇ ଆହ୍ୱାନ ଦେଇଛନ୍ତି । ଏହାସହ ୨୦୨୭ ସୁଦ୍ଧା ଚୀନ ଆର୍ମିକୁ ସବୁଠାରୁ ଶକ୍ତିଶାଳୀ ସେନା ଭାବେ ଗଢି ତୋଳିବା ଉପରେ ମଧ୍ୟ ସେ ଜୋର୍ ଧରିଛନ୍ତି । ଆମେରିକା ସେନାଠୁ ବି ଶକ୍ତିଶାଳୀ ହେବା ପାଇଁ ସେ କସରତ ଆରମ୍ଭ କରିଦେଇଛନ୍ତି ।

କମ୍ୟୁନିଷ୍ଟ ପାର୍ଟିର ଇତିହାସ ଉପରେ ଆଲୋଚନା କରି ଜିନପିଙ୍ଗ୍ କହିଛନ୍ତି ଯେ, ଦେଶକୁ ଶକ୍ତିଶାଳୀ ସେନାବ ଆବଶ୍ୟକତା ରହିଛି । ଫଳରେ ଦେଶକୁ ସୁରକ୍ଷିତ ରଖାଯାଇପାରିବ ।  ଚାଇନା ଏପରି ସେନା ପ୍ରସ୍ତୁତ କରିବ ଯାହା ଆମେରିକା ସେନାଠୁ ମଧ୍ୟ ଶକ୍ତିଶାଳୀ ଥିବ । ଭବିଷ୍ୟତର ଚାହିଦାକୁ ଦେଖି ଏହାକୁ ପ୍ରସ୍ତୁତ କରାଯିବ । ଗତବର୍ଷ ଅକ୍ଟୋବରରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଲକ୍ଷ୍ୟକୁ ହସାଲ କରିବା ପାଇଁ ହେଲେ ଉଦ୍ୟମ ଦରକାର । କଠିନ ପରିଶ୍ରମ ମଧ୍ୟ କରିବାକୁ ହେବ ବୋଲି ସେ କହିଛନ୍ତି ।

ତେବେ ଚାଇନା ଲଗାତର ଭାବେ ନିଜର ଶକ୍ତି ଓ ସୈନ୍ୟ ବଳ ବୃଦ୍ଧି କରୁଛି । ଏହାସହ ଅନେକ ବିବାଦୀୟ ଜାଗା ଉପରେ କାୟା ବିସ୍ତାର କରିବାକୁ ନିରନ୍ତର ଚେଷ୍ଟା କରୁଛି । ଫଳରେ ଅନେକ ଦେଶ ସହ ଚୀନର ବିବାଦ ମଧ୍ୟ ରହିଛି । ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ଭାରତ ଆଦି ଦେଶ ସହ ମଧ୍ୟ ଡ୍ରାଗନର ଉତ୍ତମ ସମ୍ପର୍କ ନାହିଁ ।

ସୂଚନାଯୋଗ୍ୟ, ଚାଇନା ପ୍ରତିବର୍ଷ ଅଗଷ୍ଟ ୧କୁ ପିପୁଲ୍ସ ଲିବରେସନ ଡେ ଭାବେ ପାଳନ କରିଥାଏ । ୧୯୨୭ ଆଜିର ଦିନରେ ଚୀନ ସେନାର ପ୍ରତିଷ୍ଠା ହୋଇଥିଲା ।

Leave A Reply

Your email address will not be published.