ଅଗଷ୍ଚ ୧ ଯାଏଁ ଆଂଶିକ ଲକଡାଉନ୍, ଜାଣନ୍ତୁ କ’ଣ ରହିବ ଖୋଲା ଓ କ’ଣ ବନ୍ଦ

0

ଭୁବନେଶ୍ବର,: କରୋନା କଟକଣାକୁ ରାଜ୍ୟ ସରକାର ଅଳ୍ପ କୋହଳ କରିଛନ୍ତି। ଆସନ୍ତା ୧ ଅଗ​‌ଷ୍ଟ ‌ପର୍ଯ୍ୟନ୍ତ ଜାରି ରହିବ ଆଶିଂକ ଲକଡାଉନ୍। ଏଥର ପୂର୍ବଥର ଅପେକ୍ଷା ଅନେକ କଟକଣା କୋହଳ ହୋଇଛି। ତେବେ ଆସନ୍ତୁ ଜାଣିବା କ’ଣ ଆଶିଂକ ଲକଡାଉନ୍ ସମୟରେ କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ।

 

ଖୋଲା ରହିବ: ପାର୍ଲର, ଜିମ୍, ସ୍ପା ଓ ବିଉଟି ପାର୍ଲର ଆସନ୍ତାକାଲି ଠାରୁ ଖୋଲା ହେବ । ଆଉଟ ଡୋର ଏବଂ ଇନ୍‌ ଡୋର ଶୁଟିଂ ଆରମ୍ଭ ହେବ। ଯେତିକି ସିଟ୍ ସେତିକି ସଂଖ୍ୟାରେ ବସ୍‌ରେ ଯାତ୍ରୀ ଯିବେ। କୋହଳ ସମୟରେ ଟାକ୍ସି ଚଳାଚଳ କରିବ। ପୂର୍ବଭଳି ରାସନ, ପରିବା ଓ କ୍ଷୀର ଦୋକାନ ଖୋଲା ରହିବ। ପ୍ରତିରକ୍ଷା, କେନ୍ଦ୍ରୀୟ ଫୋର୍ସ, ଟ୍ରେଜେରୀ, ପୋଷ୍ଟାଲ ସେବା, ଟେଲିକମ୍ ସେବା, ଆଇଏମଡି, ଏନଆଇସି, ଜିଏସଟି ଅଫିସ୍ ଖୋଲା ରହିବ । ସେହିପରି ପୋର୍ଟ, ଏୟାରପୋର୍ଟ ଅଳ୍ପ କର୍ମଚାରୀରେ ଚାଲିବ । ଗଣମାଧ୍ୟମ ଅଫିସ୍, ଜଳ ଯୋଗାଣ, ଏଟିଏମ, ଅଗ୍ନିଶମ ଅଫିସ୍, ବିଜୁଳି ଯୋଗାଣ ସେବା, ଆଦି ଖୋଲା ରହିବ । ମେଡିସିନ୍ ଦୋକାନ, ଆମ୍ବୁଲାନ୍ସ, କ୍ଲିନିକ୍, ହସ୍ପିଟାଲ ଆଦି ପୂର୍ବଭଳି ଖୋଲା ରହିବ । ରାସ୍ତା କଡ ଗ୍ୟାରେଜ୍, ଉଠା ଦୋକାନ ମଧ୍ୟ ଖୋଲା ରହିବ । ରାସ୍ତାକଡ ଖାଇବା ଦୋକାନ ମଧ୍ୟ ଖୋଲା ରହିବ କିନ୍ତୁ କେହି ଠିଆ ହୋଇ ଖାଇପାରିବେ ନାହିଁ । କେବଳ ପାର୍ସଲ ବ୍ୟବସ୍ଥା ରହିବ।

 

ବନ୍ଦ ରହିବ: କରୋନା କଟକଣା ଭିତରେ ସପିଂ ମଲ୍, ସିନେମା ହଲ୍, ପାର୍କ, ଆନ୍ତଃରାଜ୍ୟ ବସ୍ ଚଳାଚଳ ବନ୍ଦ, ଯାତ୍ରା ରଙ୍ଗମଞ୍ଚ ବନ୍ଦ, ପାର୍କ ବନ୍ଦ ରହିବ। ରଥଯାତ୍ରା ପାଇଁ ପୁରୀକୁ କେବଳ ବସ୍ ଚଳାଚଳ ବନ୍ଦ ରହିଛି । ଅନ୍ୟ ୨୯ଟି ଜିଲ୍ଳାରେ ବସ୍ ଚଳାଚଳ ଜାରି ରହିବ। ସ୍କୁଲ, କୋଚିଂ ସେଣ୍ଟର ଖୋଲିବନି। କାଟାଗୋରୀ ବି’ରେ ସପ୍ତାହିକ ହାଟ ମଧ୍ୟ ବନ୍ଦ ରହିବ। ସମସ୍ତ ସାମାଜିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ଅନ୍ତରାଜ୍ୟ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ । ବିବାହ ଓ ଅନ୍ୟ କାର୍ଯ୍ୟକ୍ରମ ପାଇଁ ପୂର୍ବପରି କଟକଣା ରହିବ ।

Leave A Reply

Your email address will not be published.