ଅଗଷ୍ଟ ୧୫ ଯାଏଁ ବଢିଲା କଟକଣା

0

କୋଲକାତା, : ଅଗଷ୍ଟ ୧୫ ଯାଏଁ ବଢିଲା କଟକଣା । କ଼ଡାକଡି ରହିବ ନିୟମ । ଖିଲାପ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । କରୋନା ସଂକ୍ରମଣକୁ ଦେଖି ପଶ୍ଚିମବଙ୍ଗ ସରକାର ଲକଡାଉନକୁ  ଆସନ୍ତା ୧୫ ତାରିଖ ଯାଏଁ ବୃଦ୍ଧି କରିଛନ୍ତି ।

ଲକଡାଉନ ଥିଲେ ମଧ୍ୟ ଅନେକ କଟକଣାକୁ କୋହଳ କରାଯାଇଛି । ରାଜ୍ୟରେ ରାତି ୯ଟାରୁ ୫ଟା ମଧ୍ୟରେ ନାଇଟ୍ କର୍ଫ୍ୟୁ ରହିବ । ଜୁଲାଇ ୩୧ ତାରିଖରୁ ନୂଆ ଗାଇଡଲାଇନ୍ କାର୍ଯ୍ୟକାରୀ ହେବ ବୋଲି ସରକାର କହିଛନ୍ତି ।

ସେହିପରି ବିବାହ ଭୋଜିରେ ୫୦ ଜଣ ଯୋଗ ଦେଇପାରିବେ । ବିଭିନ୍ନ ଇନଡୋର ଗେମରେ ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ । କିନ୍ତୁ ଦୋକାନ ଓ ମାର୍କେଟ୍ ଖୋଲିବା ସମୟ ପୂର୍ବପରି ସକାଳ ୬ଟାରୁ ଦିନ ୧୨ ଟା ଯାଏଁ ରହିବ । ଜିମ୍ ଓ ସେଲୁନ ମଧ୍ୟ ୫୦ ପ୍ରତିଶତରେ ସକାଳ ୧୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲିପାରିବ । ଏତତ୍ ବ୍ୟତୀତ, ସାଧାରଣ ପରିବହନ ଯଥା, ବସ୍, ଟାକ୍ସି ଆଦି ୫୦ ପ୍ରତିଶତ ଯାତ୍ରୀରେ ଚଳାଚଳ କରିପାରିବ । ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

ସୂଚନାଯୋଗ୍ୟ, ଦେଶର ଅନେକ ସ୍ଥାନରେ କରୋନା କଡ ଲେଉଟାଇଛି । ଅଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଯାହାକୁ ରୋକିବାକୁ ପଶ୍ଚିମବଙ୍ଗ ସରକାର ଲକଡାଉନ କଟକଣାକୁ ବୃଦ୍ଧି କରିଛନ୍ତି ।

Leave A Reply

Your email address will not be published.