ଅଗଷ୍ଟ ୧୭ରେ ସିଂହ ରାଶିରେ ବିରାଜମାନ କରିବେ ସୂର୍ଯ୍ୟ

0

ଭୁବନେଶ୍ୱର : ସିଂହ ରାଶିରେ ସୂର୍ଯ୍ୟ ବିରାଜମାନ କରିବାକୁ ଯାଉଛନ୍ତି । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ମେଷରୁ ମିନା ରାଶି ଯାଏଁ ସବୁ ରାଶି ପ୍ରଭାବିତ ହେବେ । ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି କୁହାଯାଏ । ସୂର୍ଯ୍ୟଙ୍କୁ ସବୁ ଗ୍ରହର ଅଧିପତି ମଧ୍ୟ କୁହାଯାଏ । ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଲା ସିଂହ ରାଶିର ଗୁରୁ ବା ସ୍ୱାମୀ ସୂର୍ଯ୍ୟ । ଅଗଷ୍ଟ ୧୭ ତାରିଖ ମଙ୍ଗଳବାର ଦିନ ସୂର୍ଯ୍ୟ ସିଂହ ରାଶିରେ ବିରାଜମାନ କରିବେ । ଆସନ୍ତୁ ଜାଣିବା କେଉଁ ରାଶିରେ କଣ ପ୍ରଭାବ ପଡିବ ।

ମେଷ – ଉର୍ଯ୍ୟଙ୍କ ଗୋଚର ମେଷ ରାଶି ପାଇଁ କିଛି କ୍ଷେତ୍ରରେ ଶୁଭ ଫଳ ପ୍ରଦାନ କରିବ । ସମ୍ମାନରେ ବୃଦ୍ଧି ହେବ । ଶିକ୍ଷା କ୍ଷେତ୍ରରେ ଭଲ ପରିଣାମ ପ୍ରାପ୍ତ ହେବ ।

ବୃଷ – ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ସୁଖ ସଂମୃଦ୍ଧି ବୃଦ୍ଧି ହେବ । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ପଡିବ । ଯାନବାହାନ, ଘର ସୁଖ ପ୍ରାପ୍ତ ହୋଇପାରେ । ଅନ୍ୟମାନଙ୍କ ସହ ସମ୍ପର୍କ ମଧୁର ରଖନ୍ତୁ ।

ମିଥୁନ – ଆତ୍ମବିଶ୍ୱାସ ବୃଦ୍ଧି ହେବ । ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଭାଇ ଭଉଣୀଙ୍କ ସହଯୋଗ ପ୍ରାପ୍ତ ହେବ । ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ । ସାହସ ବୃଦ୍ଧି ହେବ ।

କର୍କଟ – ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଯୋଗୁଁ ଧନ ସମ୍ପତ୍ତି ମାମଲାରେ ଲାଭ ହେବ । କ୍ରୋଧରୁ ବଞ୍ଚିବାକୁ ଚେଷ୍ଟା କରିବେ । ନଚେତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ସିଂହ – ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ପ୍ରଥମ ଭାବରେ ହେବାକୁ ଯାଉଛି । ସୂର୍ଯ୍ୟ ନିଜ ରାଶିରେ ବିରାଜମାନ କରିବେ । ଚାକିରୀ, ବ୍ୟବସାୟ କ୍ଷେତ୍ରରେ ଲାଭ ହେବ । ଅହଂକାରରୁ ଦୁରେଇ ରହିବେ । ନିଜ ପଦବୀର ଭୁଲ ପ୍ରୟୋଗ କରନ୍ତୁ ନାହିଁ ।

କନ୍ୟା – ବୁଝି ବିଚାରି ଖର୍ଚ୍ଚ କରିବେ । ନିଜକୁ ଉତ୍ତମ ଭାବେ ପ୍ରସ୍ତୁତ କରିବାକୁ କରିବାକୁ ଚେଷ୍ଟା କରିବେ | ଧନ ପ୍ରାପ୍ତି ପାଇଁ କୌଣସି ଭୁଲ କାମ କରିବେ ନାହିଁ | ଧନ ସଞ୍ଚୟ କରିବାକୁ ଚେଷ୍ଟା କରନ୍ତୁ ।

ତୁଳା – ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ଧନ ମାମଲାରେ ଶୁଭ ଫଳ ପ୍ରଦାନ କରିବ । ସମ୍ପର୍କରେ ସୁଧାର ଆସିବ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ସଫଳତା ପ୍ରାପ୍ତ କରିବେ ।

ବିଛା – ଚାକିରୀ, ବ୍ୟବସାୟରେ କଠିନ ପରିଶ୍ରମ କରିବାକୁ ପଡିପାରେ । ସାହସରେ ବୃଦ୍ଧି ହେବ । ପ୍ରତିଦ୍ବନ୍ଦୀ ସକ୍ରିୟ ହୋଇପାରନ୍ତି । ଧୈର୍ଯ୍ୟ ଧରି କାମ କରିବାକୁ ହେବ । କୌଣସି ଭୁଲ କାର୍ଯ୍ୟ କରିବେ ନାହିଁ ।

ଧନୁ – ଧାର୍ମିକ କାର୍ଯ୍ୟରେ ରୁଚି ବଢିବ । ଯାତ୍ରା ଯୋଗ ମଧ୍ୟ ରହିଛି । ଯାତ୍ରାରେ କୌଣସି ପ୍ରକାର ଲାଭ ମଧ୍ୟ । ମନ ପ୍ରସନ୍ନ । ଲୋକଙ୍କୁ ନିଜ କଥା ବୁଝାଇବାରେ ଅସୁବିଧା ହୋଇପାରେ । ସେଥିପାଇଁ ଧୈର୍ଯ୍ୟର ସହ କାମ କରିବେ ।

ମକର – ସ୍ୱାସ୍ଥ୍ୟ ଉତ୍ତମ ରହିବ । ସ୍ୱଭାବରେ ଉର୍ଜା ଓ ଆକର୍ଷଣ ଦେଖିବାକୁ ମିଳିବ ଯାହାଫଳରେ ଲୋକେ ପ୍ରଭାବିତ ହେବେ । ବ୍ୟବସାୟରେ ଭଲ ପରିଣାମ ।

କୁମ୍ଭ – ସୂର୍ଯ୍ୟଙ୍କ ଗୋଚର କନ୍ୟା ରାଶିକୁ ମିଳିତ ଫଳ ପ୍ରଦାନ କରିବ । ଦାମ୍ପତ୍ୟ ଜୀବନରେ ବାଦବିବାଦ ଓ ଦୁଶ୍ଚିନ୍ତା ଦେଖାଦେଇପାରେ । ଅହଂକାରରୁ ଦୁରେଇ ରୁହନ୍ତୁ ।

ମୀନ – ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନ ସ୍ୱାସ୍ଥ୍ୟ ମାମଲାରେ ଲାଭଦାୟକ ପ୍ରମାଣିତ । କୌଣସି ରୋଗରୁ ଆଶ୍ବସ୍ତି । ଋଣ ଆଦି ସମସ୍ୟା ଦୂର ହୋଇପାରେ । ବିବାଦରୁ ଦୁରେଇ ରହିବାକୁ ପ୍ରୟାସ କରିବେ ।

Leave A Reply

Your email address will not be published.