୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ, :ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ନେଉନାହିଁ। ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ…

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ

ସାଲେପୁର : ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ବୋଇଲ ଗ୍ରାମର ରତ୍ନାକର ରାଉତଙ୍କ ପୁତ୍ର ଅଧିର ରାଉତ। ଘର କାମ ବେଳେ ଅଧିର ରାଉତ ବିଦ୍ୟୁତ ଆଘାତ ପାଇ ଗୁରୁତର ହୋଇପଡିଥିଲେ ।

ରାଜ୍ୟରେ କରୋନା ନେଲା ଆଉ ୭ ଜଣଙ୍କ ଜୀବନ

ଭୁବନେଶ୍ୱର  : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ୮୦୫ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୪୭କୁ…

ଗତ ୨୪ ଘଣ୍ଟା ମଧ୍ୟରେ ୮୦୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଅଗଷ୍ଟ ପରେ ସେପ୍ଟେମ୍ବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ…

ମରୁଡି ଯୋଗୁଁ ଜଣେ ଭାଗ ଚାଷୀ ଆତ୍ମହତ୍ୟା

ବଲାଙ୍ଗିର : ମରୁଡି ଯୋଗୁଁ ଜଣେ ଭାଗ ଚାଷୀ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା କରିଥିବା ଚାଷୀ ଜଣଙ୍କ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଘୁନେଶ ପଞ୍ଚାୟତ କାଦବେଡା ଗାଁର ରିଚେକ ବନଛୋର । ତାଙ୍କ ବୟସ ୬୬ ବର୍ଷ । ଗୁରୁବାର ରାତିରେ ବିଷ ପିଇଦେଇଥିଲେ ।

୮ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାରଜବତ,ଦୁଇ ଗିରଫ

କଟକ, : କଟକ ଜଗତପୁର ଥାନା ପୋଲିସ ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିଛି । ଏଥି ସହିତ ବ୍ରାଉନସୁଗାର ବିକିବା ଅଭିଯୋଗରେ ଦୁଇଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଜପୁ ଓରଫ ମନରୋଞନ ବେହେରା ଓ ବସୁ ଓରଫ ବସନ୍ତ ଦଳାଇ ।

ଜନ୍ମାଷ୍ଟମୀରେ ଛାତ୍ରୀଙ୍କ ଉପବାସ ଗଲାନି ଶିକ୍ଷକଙ୍କ ଦେହର

ନୂଆଦିଲ୍ଲୀ : ପବିତ୍ର କୃଷ୍ଣ ଜନ୍ମାଷ୍ଟମୀରେ ଛାତ୍ରୀଙ୍କ ଉପବାସ ଶିକ୍ଷକଙ୍କ ଦେହର ଗଲାନି। ଶ୍ରେଣୀ ଗୃହରେ ଛିଡ଼ା କରି ପିଟିଲେ ଶିକ୍ଷକ। ଏନେଇ ଅଭିଯୋଗ ମିଳିବା ପରେ ଜିଲ୍ଲା ପ୍ରଶାସନ ଶିକ୍ଷକଙ୍କୁ ନିଲମ୍ବନ କରିଛି। ଛତିଶଗଡ଼ କୋଣ୍ଡାଗ୍ରାମ ଜିଲ୍ଲା ଏକ ସରକାରୀ ସ୍କୁଲର ଶିକ୍ଷକଙ୍କ ବିରୋଧରେ…

ଆଜି ରାଜ୍ୟରେ କରୋନା ଭାଇରସ୍‌ ସଂକ୍ରମଣରୁ ୬୬୬ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଭାଇରସ୍‌ ସଂକ୍ରମଣରୁ ୬୬୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୭ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୩ ହଜାର ୯୦୧ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଦୁଇଟି ଦୋକାନରେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ

ଖୋର୍ଦ୍ଧା : ବୋଲଗଡ ବ୍ଲକର ସାନପଦର ପଂଚାୟତର ସାନପଦର ବଜାରରେ ଥିବା ଦୁଇଟି ଦୋକାନରେ ବୁଧବାର ଅପରାହ୍ନରେ ଅଗ୍ନିକାଣ୍ଡ ହୋଇଛି । ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ସର୍ଟସର୍କିଟ ଯୋଗୁଁ ଅପରାହ୍ନ ସମୟରେ ପ୍ରସନ୍ନ କୁମାର ମିଶ୍ରଙ୍କ ପୂଜା…

ଜେଇଇ ମୁଖ୍ୟ ଓ ଏନଇଇଟି ୨୦୨୧ ଫଳାଫଳର ଟାଇ ବ୍ରେକର ପଲିସିକୁ ପରିବର୍ତ୍ତନ

ନୂଆଦିଲ୍ଲୀ : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଚଳିତ ବର୍ଷ ଏନଇଇଟି ଓ ଜେଇଇ ମୁଖ୍ୟ ପରୀକ୍ଷାର ଫଳାଫଳ ପ୍ରକ୍ରିୟାକୁ ବଦଳାଇଛନ୍ତି । ଜେଇଇ ମୁଖ୍ୟ ଓ ଏନଇଇଟି ୨୦୨୧ ଫଳାଫଳର ଟାଇ ବ୍ରେକର ପଲିସିକୁ ପରିବର୍ତ୍ତନ କରାଯାଇଛି ।