ନାଲକୋନଗର: ୫୫ ଜାତୀୟ ରାଜପଥ ଏଫସିଆଇ ଛକ ନିକଟରେ ଆଜି ସକାଳ ୧୦ ଘଟିକା ସମୟରେ ଏକ ଅଜଣା ଅଟୋ ଏକ ମାଛ ଯାଆଁଳ ବୋଝେଇ ଅଟୋ ଓଡି-୧୯-ଏନ-୫୬୦୪ କୁ ଧକ୍କା ଦେବାରୁ ଅଟୋରେ ବୋଝେଇ ହେଇ ଯାଉଥିବା ମାଛ ଯାଆଁଳ ସବୁ ରାସ୍ତାରେ ଖେଳେଇ ହୋଇ ପଡ଼ି ରହିଛନ୍ତି। ରୋହି, ଭାକୁର ଆଦି ମାଛ ଯାଆଁଳ ରାସ୍ତାରେ ଛଟପଟ ହେଉଥିବା ବେଳେ ବର୍ଷା ପଡ଼ିବାରୁ ମାଛ ସବୁ ବଞ୍ଚି ରହିଛନ୍ତି।
ସ୍ଥାନୀୟ ଲୋକମାନଙ୍କ ସହଯୋଗ ପରେ ସମସ୍ତ ମାଛ ଯାଆଁଳକୁ ଉଦ୍ଧାର କରି ଅନ୍ୟ ଏକ ଅଟୋ ସାହାଯ୍ୟରେ ପଠାଇ ଦିଆଯାଇଛି। ରାସ୍ତାରେ ମାଛ ଡେଉଁଥିବା ଦେଖି ସାଧାରଣ ଲୋକ ସେଠାରେ ରୁଣ୍ଢ ହୋଇଥିଲେ। ଦୁର୍ଘଟଣା ଘଟାଇଥିବା ଅଟୋଟି ଘଟଣାସ୍ଥଳରୁ କେଉଁଆଡ଼େ ଖସି ଚାଲିଯାଇଥିଲା।