ଅଟୋକୁ ସାମ୍ନା ପଟୁ ଧକ୍କା ଦେଲା ଟ୍ରକ, ୬ ମୃତ

0

ବିଜୟୱାଡା : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।

ଖବର ଅନୁଯାୟୀ, ଆଜି ଭୋରରୁ ଆନ୍ଧ୍ରପ୍ରଦେଶ ଗୋଲାପଲ୍ଲୀ ନିକଟରେ ଏକ ଅଟୋକୁ ଲୋରି ଧକ୍କା ଦେଇଥିଲା। ବିପରିତ ଦିଗରୁ ଆସୁଥିବା ଏକ ଲୋରି ଅଟୋକୁ ଧକ୍କା ଦେଇଥିଲା । ଯାହାଫଳରେ କି ଏକ ବଡ଼ଧରଣର ଅଘଟଣ ଘଟିଥିଲା । ତେବେ ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୬ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା । ଗୋଟିଏ ଅଟୋରେ ଡ୍ରାଇଭର ସମେତ ୧୨ ଜଣ ଯାଉଥିଲେ ।

ସେହିପରି ଦୁର୍ଘଟଣାରେ ଅନ୍ୟ ୬ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବାରୁ ବିଜୟୱାଡା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସ୍ଥାନୀୟ ପୋଲିସ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଦୁର୍ଘଟଣା ଘଟାଇଥିବା ଲୋରି ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଅଧିକ ତଦନ୍ତ କରୁଛି ପୋଲିସ ।

Leave A Reply

Your email address will not be published.