ବଡ ଉପହାର ଦେବାକୁ ଚାଲିଛି ମୋଦୀ ସରକାରଙ୍କ ପ୍ରସ୍ତୁତି

0

ନୂଆଦିଲ୍ଲୀ : ଦେଶର ଜନତାଙ୍କୁ ବଡ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର। ଏ ନେଇ ପ୍ରଶାସନିକସ୍ତରରେ ଚାଲିଛି ପ୍ରସ୍ତୁତି। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଜନ-ଧନ ଖାତାଧାରୀଙ୍କୁ ଜୀବନ ବୀମା ଓ ଦୁର୍ଘଟଣା କଭର ଦେବା ଉପରେ ବିଚାର କରୁଛନ୍ତି। ସରକାର ପ୍ରଧାନମନ୍ତ୍ରୀ ଜୀବନ  ଜ୍ୟୋତି ବୀମା(ପିଏମଜେଜବିଓ୍ଵାଇ) ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା(ପିଏମଏସଓ୍ଵାଇ) ଆଧାରରେ ଜନ-ଧନ ଖାତାଧାରୀଙ୍କୁ ବୀମାରେ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଏହି ସଂପର୍କରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଜାରି ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ, ଏହି ବିଷୟରେ ବ୍ୟାଙ୍କଗୁଡିକୁ ପ୍ରଥମରୁ ସୂଚିତ କରାଯାଇଛି। ସରକାରଙ୍କ ଏହି ପଦକ୍ଷେପରେ ୪୩ କୋଟି ଜନ-ଧନ ଖାତାଧାରୀ ଉପକୃତ ହେବେ ବୋଲି ଆଶା କରାଯାଉଛି।

୩୪୨ ଟଙ୍କା ପ୍ରିମିୟମ

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଆଧାରରେ ପ୍ରତିଦିନ ୧ ଟଙ୍କା ପ୍ରିମିୟମ ଉପରେ ଅତି କମରେ ୨ ଲକ୍ଷ ଟଙ୍କାର ଜୀବନ ବୀମା ମିଳିଥାଏ। ବାର୍ଷିକ ୩୩୦ ଟଙ୍କାର ପ୍ରିମିୟମ ଦେବାକୁ ପଡିଥାଏ। ଅନ୍ୟପଟେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା(ପିଏମଏମବିଓ୍ଵାଇ) ଯୋଜନାର ଫାଇଦା ଆକସ୍ମିକ ଦୁର୍ଘଟଣାରେ ମିଳିଥାଏ। ଆକସ୍ମିକ ମୃତ୍ୟୁ ଘଟିଲେ ଏବଂ ପୂର୍ଣ୍ଣକାଳୀନ ବିକଳାଙ୍ଗ ପାଇଁ ୨ ଲକ୍ଷ ପର୍ଯ୍ୟନ୍ତ ଟଙ୍କା କଭର ମିଳିଥାଏ। ଏହା ବ୍ୟତୀତ ଆଂଶିକ ବିକଳାଙ୍ଗ ପାଇଁ ଏକ  ଲକ୍ଷା ଟଙ୍କା ମିଳିଥାଏ। ଏଥିପାଇଁ ବାର୍ଷିକ ୧୨ ଟଙ୍କା ପ୍ରିମିୟମ ଦେବାକୁ ପଡିଥାଏ। ମୋଟ୍ ଉପରେ କହିବାକୁ ଗଲେ ୩୪୨ ଟଙ୍କା ଖର୍ଚ୍ଚରେ ଜନ ଧନ ଖାତାଧାରୀଙ୍କୁ ୪ ଲକ୍ଷ ଟଙ୍କାର ବୀମା ମିଳିଯିବ।

୪୩ କୋଟିରୁ ଅଧିକ ଖାତାଧାରୀ

ପ୍ରଧାନମନ୍ତ୍ରୀ ଜନ-ଧନ ଯୋଜନା(ପିଏମଜେଡିଓ୍ଵାଇ) ଆଧାରରେ ବ୍ୟାଙ୍କ ଖାତାଧାରୀଙ୍କ ସଂଖ୍ୟା ବଢି ୪୩ କୋଟିରୁ ଅଧିକ ରହିଛି। ଏହି ସବୁ ଖାତାରେ ଜମା ରାଶି ବଢି ୧.୪୬ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। ପିଏମଜେଡିଓ୍ଵାଇର  ଘୋଷଣା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଅଗଷ୍ଟ ୧୫ ତାରିଖରେ କରିଥିଲେ। ଏହି  ଯୋଜନା ସେହି ବର୍ଷ ଅଗଷ୍ଟ ୨୮ରେ ଶୁଭାରମ୍ଭ  ହୋଇଥିଲା।

Leave A Reply

Your email address will not be published.