ବଡନଦୀ ପାଣିରୁ କ୍ଷତବିକ୍ଷତ ମୃତଦେହ ଉଦ୍ଧାର

0

ଭଞ୍ଜନଗର : ଭଞ୍ଜନଗର ତାରାସିଂ ଥାନା ଅନ୍ତର୍ଗତ ବଦାଙ୍ଗି ଗ୍ରାମର ସନ୍ତୋଷ ନାୟକଙ୍କ କ୍ଷତ ବିକ୍ଷତ ମୃତ ଦେହ ବଡନଦୀ ପାଣିରୁ ଉଦ୍ଧାର ହୋଇଛି l ଘଟଣା ସ୍ଥଳରେ ଗାଲେରୀ ଫାଣ୍ଡି ପୋଲିସ ପହଂଚି ଶବକୁ ଜବତ କରି ବ୍ୟବଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି l

ସନ୍ତୋଷ ନାୟକ ଗତ ୨୭ ତାରିଖ ଦିନ ଅପରାହ୍ନ ୫ଟା ସମୟରେ ବିଲରୁ କାମ କରି ଫେରୁଥିବା ବେଳେ ଗ୍ରାମ ନିକଟ ହଗୁରି ନଦୀରେ ହଠାତ ନଦୀରେ ବଢ଼ି ପାଣି ଆସିବାରୁ ସନ୍ତୋଷ ଭାସିଯାଇଥିଲେ l ତେଣୁ ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ଆଜି ମୃତ ଦେହକୁ ଠାବ କରିଥିଲେ l

Leave A Reply

Your email address will not be published.