ବଢିଲା ସୁନା-ରୂପା ଦାମ୍

0

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ସ୍ତରରେ ସୁନା ଦାମ୍ ବୃଦ୍ଧିର ପ୍ରଭାବ ଘରୋଇ ମାର୍କେଟରେ ମଧ୍ୟ ଦେଖିବାକୁ ମିଳୁଛି । ଏମସିଏକ୍ସରେ ସୁନା ଦ୍ୱିପ୍ରହର ସାଢେ ୧୨ଟା ସୁଦ୍ଧା ପ୍ରାୟ .୮୮ ପ୍ରତିଶତ ଅର୍ଥାତ୍ ୪୦୦ ଟଙ୍କା ବୃଦ୍ଧି ସହିତ ୪୫୨୩୬ ଟଙ୍କା ପ୍ରତି ୧୦ ଗ୍ରାମରେ ପହଞ୍ଚିଥିଲା । ରୂପା ୧.୭୩ ପ୍ରତିଶତ ବୃଦ୍ଧି ସହିତ ୬୮୩୯୧ ଟଙ୍କା ପ୍ରତି କିଲୋରେ ଟ୍ରେଡ୍ କରୁଥିଲା । ଡ

ରୟଟର୍ସର ଏକ ରିପୋର୍ଟ ଅନୁସାରେ ସଫ୍ଟ ଗୋଲ୍ଡର ଦାମ୍ ୦.୫ ପ୍ରତିଶତ ବୃଦ୍ଧି ପାଇଁ ପ୍ରତି ଆଉନ୍ସ ୧୭୫୨.୪୧ ଡଲାର ହୋଇଯାଇଛି ଯଦିଓ ୟୁଏସ୍ ଗୋଲ୍ଡ ଫ୍ୟୁଚର ୧.୩ ପ୍ରତିଶତ ବୃଦ୍ଧି ପାଇ ୧୭୪୮.୮୦ ଡଲାର ପ୍ରତି ଆଉନ୍ସରେ ପହଞ୍ଚି ଯାଇଛି । ଏହା ମଧ୍ୟରେ ଡଲାର ଇଣ୍ଡେକ୍ସ ୦.୫ ପ୍ରତିଶତ ହ୍ରାସ ପାଇ ୯୧.୪୦୫ କୁ ଆସିଯାଇଛି । ଏହା ସହିତ ୧୦ ବର୍ଷର ବେଞ୍ଚମାର୍କ ଟ୍ରେଜେରୀ ନୋଟରେ ୟିଲ୍ଡ ୧.୬୮୯ ପ୍ରତିଶତରୁ ହ୍ରାସ ପାଇ ୧.୪୧ ପ୍ରତିଶତକୁ ଆସିଯାଇଛି । ସୁଧ ଦର କମ୍ ହେବାରୁ ନିବେଶକ ପୁଣି ସୁନା ଆଡକୁ ମୁହାଁଇଛନ୍ତି ।

ବୁଧବାର ମଧ୍ୟ ସୁନା ଦାମ୍ ବଢିଥିଲା । ଦିଲ୍ଲୀ ସର୍ରୋଫା ବଜାରରେ ସୁନା ଦାମ୍ ୬୦ ପ୍ରତିଶତ ବୃଦ୍ଧି ପାଇ ୪୪,୫୧୯ ଟଙ୍କା ପ୍ରତି ୧୦ ଗ୍ରାମ ହୋଇଯାଇଛି । HDFC ସିକ୍ୟେରିଟିଜ୍ ଅନୁସାରେ ବୌଶିକ ବଜାରରେ ସୁନାର ମଜଭୁତ୍ ଦାମ୍ ଓ ଟଙ୍କାରେ ହ୍ରାସ ଯୋଗୁଁ ଘରୋଇ ମାର୍କେଟରେ ସୁନା ଦାମ୍ ବଢିଛି । ଗତ ଟ୍ରେଡରେ ସୁନାର ହାଜିରା ଦାମ୍ ୪୪୪୫୯ ଟଙ୍କା ପ୍ରତି ୧୦ ଗ୍ରାମରେ ବନ୍ଦ ହୋଇଥିଲା । ତେବେ ରୂପା ଦାମ୍ ୨୦୦ ଟଙ୍କା ହ୍ରାସ ପାଇ ୬୬,୫୩୬ ଟଙ୍କା ପ୍ରତି କିଲୋଗ୍ରାମରେ ବନ୍ଦ ହୋଇଛି । ଗତ ଟ୍ରେଡରେ ଏହା ୬୬,୭୩୬ ଟଙ୍କା ପ୍ରତି କିଲୋରେ ବନ୍ଦ ହୋଇଥିଲା ।

Leave A Reply

Your email address will not be published.