ବଢୁଛି କରୋନା ସଂକ୍ରମଣ ; ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

0

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେତେକ ରାଜ୍ୟରେ ସ୍ଥିତି ଚିନ୍ତାଜନକ ହୋଇଛି । କିଛି ରାଜ୍ୟରେ ଲକ୍ ଡାଉନ୍ , ସଟ୍ ଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଛି । ଦେଶର କରୋନା ସ୍ଥିତି ନେଇ ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଆଜି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ଆଜି ଦିନ ୧୧ରେ ଏହି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଗତ ଜାନୁଆରୀରେ କରୋନା ସଂକ୍ରମଣକୁ ନେଇ ଶେଷ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦି। ଜାନୁଆରୀ ବୈଠକରେ ଟିକାକରଣ ସମ୍ପର୍କରେ ଆଲୋଚନା କରିଥିଲେ। ​ଏବେ କିନ୍ତୁ ସଂକ୍ରମଣକୁ ନେଇ କି ପ୍ରକାର ପଦକ୍ଷେପ ନିଆଯିବ ତା’ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ।

ସେପଟେ ଟିକାକରଣ କାର୍ଯ୍ୟକ୍ରମକୁ ମଧ୍ୟ ତ୍ବରାନ୍ବିତ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ବ ଦେଉଛନ୍ତି। ୨ ମାସ ହେବ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦେଶରେ ୩ କୋଟି ଲୋକଙ୍କୁ ଭ୍ୟାକସିନ ଦିଆଯାଇସାରିଲାଣି । ଟିକାକରଣ ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିପାରନ୍ତି ।

Leave A Reply

Your email address will not be published.