ବାହାଘର, ବ୍ରତଘର ଆଦିରେ ଲୋକ ସଂଖ୍ୟା ବଢାଇବାକୁ ଦାବି

0

ଭୁବନେଶ୍ବର : ଅଲ୍ ଓଡିଶା ଟେଣ୍ଟ, କ୍ୟାଟର, ଫ୍ଲାଓ୍ବାର, ଲାଇଟ୍ ଆଣ୍ଡ୍ ସାଉଣ୍ଡ ଆସୋସିଏନର ଧାରଣା । ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ସଂଘର କର୍ମକର୍ତ୍ତା । ବାହାଘର, ବ୍ରତଘର, ଶୁଦ୍ଧିକ୍ରିୟା, ସାମାଜିକ କାର୍ଯ୍ୟକ୍ରମରେ ଲୋକଙ୍କର ସଂଖ୍ୟା ବଢାଇବାକୁ ଦାବି ହୋଇଛି । ଏ ନେଇ ଲୋୟର ପିଏମଜିରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି ।

ଅଗଷ୍ଟ ମାସର ଗାଇଡ୍ ଲାଇନ୍ ଅନୁଯାୟୀ ଅନେକ କଟକଣା କୋହଳ କରାଯାଇଛି । ମଲ୍, ସିନେମା ହଲ୍, ଦୋକାନ ବଜାର ଆଦି ଖୋଲି ଦିଆଯାଇଛି । ସମସ୍ତ କଟକଣା କୋହଳ କରାଯାଇଛି । କିନ୍ତୁ ଏହିସବୁ କାର୍ଯ୍ୟକ୍ରମ ଉପରୁ କଟକଣା କୋହଳ କରାଯାଇନାହିଁ । ଫଳରେ ଟେଣ୍ଟ, କ୍ୟାଟର, ଫ୍ଲାଓ୍ବାର, ଲାଇଟ୍ ଆଣ୍ଡ୍ ସାଉଣ୍ଡ ଆଦିରେ କାମ କରୁଥିବା ଲୋକମାନେ ନିଜ ଜୀବିକା ହରାଇଲେଣି । ଫଳରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି ।

Leave A Reply

Your email address will not be published.