ବାହାଘର ପୂର୍ବରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ଢେଙ୍କାନାଳ, : ସବୁ ଠିକ୍ ଠାକ୍ ଥିଲା । ବାହାଘର ପାଇଁ ଖୁସି ଥିଲେ ପରିବାର ଲୋକେ । କିନ୍ତୁ ଛାଇଗଲା ଦୁଃଖର କଳାବାଦଲ। ସନ୍ଦେହଜନକ ସ୍ଥିତିରେ ଜୀବନ ହାରିଲା କନ୍ୟା । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ପନେଇଲ ଗ୍ରାମରେ ।

ସୂଚନାନୁସାରେ, ଗାଁରେ ଜଣେ ଯୁବତୀଙ୍କ ସହ ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ବିବାହ ସ୍ଥିର ହୋଇଥିଲା । ସବୁ ବନ୍ଦୋବସ୍ତ ବି ସରିଥିଲା । କିନ୍ତୁ  ବିବାହ ପୂର୍ବରୁ କନ୍ୟାର ସନ୍ଦେହ ଜନକ ମୃତ୍ୟୁ ଘଟିଛି । ଘର ଫ୍ୟାନରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି ।  ଏପରିକି  ବର ଚମ୍ପଟ ମଧ୍ୟ ମାରିଥିବା ଜଣାପଡିଛି ।

ସବୁଠାରୁ ବଡ କଥା ହେଲା ଯେ, ଉଭୟ ବର ଓ କନ୍ୟା ପ୍ରେମ କରି ବିବାହ ପାଇଁ ସ୍ଥିର କରିଥିଲେ । ପରିବାର ଲୋକେ ମଧ୍ୟ ରାଜିଥିଲେ । ଏପରିକି ପ୍ରେମ ବିବାହ ପାଇଁ ମାସକ ପୂର୍ବରୁ ବର କନ୍ୟା ଘରେ ମଧ୍ୟ ରହୁଥିଲା ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.