ବାହାଘର ଋତୁରେ ଆହୁରି କମିବ ସୁନାଦର

0

ନୂଆଦିଲ୍ଲୀ- ଏବେ ସୁନାଦର ହ୍ରାସ ପାଇବାରେ ଲାଗିଛି । ଆସନ୍ତା କିଛିମାସ ସୁନାଦର ହ୍ରାସ ପାଇଭା ବୋଲି ମାର୍କେଟ ବିଶେଷଜ୍ଞମାନେ ମତ ଦେଇଛନ୍ତି ।ଗତ ୧୩ ଦିନ ମଧ୍ୟରେ ପ୍ରତି ୧୦ ଗ୍ରାମ ଶୁଦ୍ଧ ସୁନାର ଦର ୨୨୩୮ ଟଙ୍କା ହ୍ରାସ ପାଇଛି । ଗତ ଅଗଷ୍ଟମାସ ଦରକୁ ଦେଖିଲେ ସୁନାଦର ପ୍ରତି ୧୦ ଗ୍ରାମ ୧୧ ହଜାର ଟଙ୍କା ହ୍ରାସ ପାଇଲାଣି ।

ଆଗରୁ ବାହାଘର ଋତୁ ରହିଛି । ଗତା କିଛିଦନ ଧରି ବାହାଘର ଅନୁଷ୍ଠିତ ହେଉଛି । ତେବେ ଏହି ବାହାଘର ଋତୁରେ ସୁନାଦର ଆହୁରି ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଉଛି । ଆଉ କିଛିଦନ ମଧ୍ୟରେ ସୁନାଦର ପ୍ରତି ୧୦ ଗ୍ରାମ ୪୨,୫୦୦ ଟଙ୍କା ହୋଇଯିବା ବୋଲି ପୂର୍ବାନୁମାନ କରାଯାଇଛି।

କେବଳ ମାର୍ଚ୍ଚ ମାସ ଗତ ୧୪ ଦିନ ମଧ୍ୟରେ ସୁନାଦର ୨୨୩୮ ଟଙ୍କା ପ୍ରତି ୧୦ ଗ୍ରାମ ହ୍ରାସ ପାଇଛି । ସର୍ବକାଳୀନ ସର୍ବାଧିକ ଦରଠାରୁ ସୁନା ୧୧୯୨୨ ଟଙ୍କା ହ୍ରାସ ପାଇଛି । ମାର୍କେଟ ବିଶେଷଜ୍ଞଙ୍କ ଅନୁସାରେ ସୁନାଦର ଆହୁରି ହ୍ରାସ ପାଇବ ।

Leave A Reply

Your email address will not be published.