ପୁରୀ : ବାହୁଡାଯାତ୍ରା ପାଇଁ ଶେଷ ହେଲା ସମୀକ୍ଷା ବୈଠକ। ନୀଳାଦ୍ରୀ ଭକ୍ତନିବାସରେ ବସିଥିବା ବୈଠକ ଶଷେ ହୋଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ଅଧକ୍ଷତାରେ ପ୍ରଶାସନିକ ଅଧିକାରୀଙ୍କ ସହ ବସିଥିଲା ବୈଠକ। ବୈଠକରେ ଜିଲ୍ଲାପାଳ, ଏସପି,ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀ, ସିଡିଏମଓ ଉପସ୍ଥିତ । ପ୍ରାୟ ସମସ୍ତ ସରକାରୀ କର୍ମଚାରୀ ମାନଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ ଚାଲିଛି। ଅଧିକାଂଶ କର୍ମଚାରୀଙ୍କ ଟେଷ୍ଟ ସରିଥିବା ବେଳେ ଆଜି ଟେଷ୍ଟିଂ ସରିବ। ସେବାୟତଙ୍କର ଦ୍ୱିତୀୟ ପର୍ଯ୍ୟାୟ ଆରଟିପିସିଆର ଟେଷ୍ଟ କରାଯାଇଛି। ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ କରାଯିବ, କିନ୍ତୁ ଏହା ଦୂରଦର୍ଶନ କରିବ । ଦୂରଦର୍ଶନ ତରଫରୁ ବାହୁଡା ଓ ସୂନାବେଶ ପାଇଁ କରାଯିବ।ତେବେ ବାହୁଡାଯାତ୍ରାରେ ରଥଟଣା ସମୟରେ ଅଗ୍ନିଶମ ବିଭାଗ ଦ୍ୱାରା ଜଳସିଞ୍ଚନ ହେବା ସହ ପ୍ରଚୁର ପାନୀୟ ଜଳ ବ୍ୟବସ୍ଥା କରାଯାଇଛି। ସେବକମାନଙ୍କ ସହଯୋଗରେ ଶୃଙ୍ଖଳିତ ନୀତିକାନ୍ତି ସମ୍ପୂର୍ଣ୍ଣ କରାଯାଇଛି । ମଙ୍ଗଳବାର ବାହୁଡା ପହଣ୍ଡି, ଏହାପରେ ସୁନାବେଶ, ଅଧରପଣା, ନିଳାଦ୍ରୀ ବିଜେରେ ଶୃଙ୍ଖଳିତ ନୀତିକାନ୍ତି କରାଯିବ। ସେପଟେ ଆଠଟି ରୂପାଦ୍ୱାରର କାମ କରାଯାଉଛି। ନିଳାଦ୍ରୀ ବିଜେ ମଧ୍ୟରେ ବେହରଣ ଦ୍ୱାରର ରୂପାଛାଉଣି କାର୍ଯ୍ୟ ସରିଥିବା ବେଳେ ଜୟ ବିଜୟ ଦ୍ୱାର, ଭୋଗମଣ୍ଡପ , ସାତପାହାଚ ଦ୍ୱାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ।ସେହିପରି କଳାହାଟ ଦ୍ୱାର ଯଦି ସମ୍ଭବ ନହେବ, ତେବେ ଆସନ୍ତା ରଥଯାତ୍ରା ସମୟରେ କରାଯିବ । ରୂପା ଛାଉଣି କାର୍ଯ୍ୟ ପରବର୍ତ୍ତୀ ସମୟରେ କରାଯାଇପାରିବ। ଶ୍ରୀମନ୍ଦିରରେ ଏଏସଆଇର ଆଲୋକୀକରଣ କାର୍ଯ୍ୟକୁ ଅନୁମତି ମିଳିଛି। ସେ କାର୍ଯ୍ୟ ରଥଯାତ୍ରା ପରେ ବି କାର୍ଯ୍ୟ ଜାରି ରହିବ। ଲେଜର ସ୍କାନିଂ ଉପରେ ମଧ୍ୟ ଆଲୋଚନା ହୋଇଛି । ଗର୍ଭଗୃହକୁ ଛାଡି ଜଗମୋହନ, ଭୋଗମଣ୍ଡପ, ନାଟମଣ୍ଡପର ଲେଜର ସ୍କାନିଂ ଶେଷ ହୋଇଛି। ବୈଷୟିକ ଓ ବୈଜ୍ଞାନିକ ଅଧ୍ୟୟନ ପରେ କେଉଁ ସ୍ଥାନରେ ଫାଟ ସୃଷ୍ଟି ହୋଇଛି କି ନାହିଁ, ତାହା ସ୍ପଷ୍ଟ ହେବା ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର କହିଛନ୍ତି।
ତାଜା ଖବର
- ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଗରମ କରିବ ଛଟପଟ
- ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୩ ହଜାରରୁ କମ୍ କରୋନା ସଂକ୍ରମିତ ଚିହ୍ନଟ
- ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ
- ଫାଶୀ ଲଗାଇ ଆତ୍ମହତ୍ୟା କଲା ମହିଳା
- ଭଦ୍ରକ ଜିଲ୍ଲାକୁ ତୁରନ୍ତ ମରୁଡି ଘୋଷଣା କରିବାକୁୁ ଦାବି କଲା ବିଜେପି
- ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୩ କରୋନା ଆକ୍ରାନ୍ତ
- ବର ୯୦ କୁ କନ୍ୟା ୭୫
- ରାଜ୍ୟର ୬ଟି ଜିଲ୍ଲାରେ ପ୍ରବଳ ବର୍ଷା
- ୬୦ ଟଙ୍କା ପାଇଁ ବନ୍ଧୁଙ୍କୁ ପଥରରେ ଛେଚି ହତ୍ୟା
- ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା