ବଜ୍ରପାତ ରେ ଜଣେ ଶ୍ରମିକର ମୃତ୍ୟୁ,୩ ଗୁରୁତର

0

ଢେଙ୍କାନାଳ, : ଢେଙ୍କାନାଳରେ ଗତକାଲି ତୁହାକୁ ତୁହା ବର୍ଷା ହେଇଥିବା ବେଳେ କେତକ ସ୍ଥାନରେ ବଜ୍ରପାତ ଘଟିଥିଲା । ଏହି ସମୟରେ ବଜ୍ରପାତ ହେବାରୁ ଜଣେ ଶ୍ରମିକର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

 

ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅନ୍ତର୍ଗତ ତାଳବରକୋଟ ଗ୍ରାମରେ ଏହି ବଜ୍ରପାତ ଘଟିଛି । ଗ୍ରାମର ଖୁଣ୍ଡି ପୋଖରୀ ଚେକ ଡ୍ୟାମ କାମ ଚାଲିଥିବାବେଳେ ଶ୍ରମିକ ମାନଙ୍କ ଉପରେ ବଜ୍ରପାତ ପଡ଼ିଥିଲା । ତେବେ ମୃତ ଶ୍ରମିକ ହେଲେ ଆଠଗଡ଼ ଅଚଳକୋଟ ଗ୍ରାମର ସୂର୍ଯ୍ୟମଣି ସେଠି । ଗୁରୁତର ଶ୍ରମିକମାନେ ତାଳବରକୋଟ ଗ୍ରାମର ରୂପକ ଜେନା, ଋତୁରଞ୍ଜନ ରାଉତ ଓ ମାନସ ମହାନ୍ତି ବୋଲି ଜଣାପଡିଛି ।

Leave A Reply

Your email address will not be published.